ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଅଫରକୁ ଅଗ୍ରାହ୍ୟ କଲେ ଜୟବର୍ଦ୍ଧନେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଅଫରକୁ ଅଗ୍ରାହ୍ୟ କଲେ ଜୟବର୍ଦ୍ଧନେ

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ କ୍ରିକେଟ୍ ବିଶ୍ୱକପରେ ଶ୍ରୀଲଙ୍କା ଟିମ୍ ସହ ଯୋଗଦେବା ନେଇ ସିଧାସଳଖ ମନା କରିଦେଛଛନ୍ତି। ସେ କହିଛନ୍ତି, ଆଜି ଦେଶରେ କ୍ରିକେଟର ଯେଉଁ ସ୍ଥିତି ଅଛି, ତାହା ମୋତେ ହତୋତ୍ସାହିତ କରିଦେଇଛି। ଏହି କାରଣରୁ ଶ୍ରୀଲଙ୍କା ବୋର୍ଡ ତରଫରୁ ମିଳିଥିବା ଅଫରକୁ ମୁଁ ଅଗ୍ରାହ୍ୟ କରି ଦେଇଛି।

ଜୟବର୍ଦ୍ଧନେ କହିଛନ୍ତି, ବିଶ୍ୱକପ୍ ଟିମ୍ ସହ ଜଡ଼ିତ ରହିବା ପାଇଁ ମୋତେ ଆମନ୍ତ୍ରିତ କରାଯାଇଥିଲା, କିନ୍ତୁ ବର୍ତ୍ତମାନ ମୋ ପାଖରେ ଏହାଠାରୁ ଆହୁରି ମହତ୍ତ୍ୱପୂର୍ଣ୍ଣ କାମ ଅଛି। ମୋତେ ଯେଉଁ ଭୂମିକା ପାଇଁ ପ୍ରସ୍ତାବ ଦିଆଯାଇଥିଲା, ତାହା ମୁଁ ବୁଝିପାରିଲି ନାହିଁ। ତେଣୁ ମୋତେ ଏଥିରେ ସାମିଲ୍ କରାଯିବାର କୌଣସି ଉଦ୍ଦେଶ୍ୟ ନାହିଁ। ଟିମ୍ ଚୟନ କରାଯାଇଛି ଏବଂ ସବୁ ଖେଳାଳି ବିଶ୍ୱକପ୍ ପାଇଁ ଇଂଲଣ୍ଡ ଯାଇସାରିଛନ୍ତି। ତେଣୁ ଏବେ ଟିମରେ ମୋର କୌଣସି ସ୍ଥାନ ନାହିଁ ବୋଲି ଜୟବର୍ଦ୍ଧନେ ସ୍ପଷ୍ଟ କରିଦେଇଛନ୍ତି।

ଜୟବର୍ଦ୍ଧନେଙ୍କ ମାର୍ଗଦର୍ଶନରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ବର୍ଷ ଚତୁର୍ଥଥର ଆଇପିଏଲ୍ ଟାଇଟଲ୍ ଜିତିଥିଲା। ସେ ଅତୀତରେ ଶ୍ରୀଲଙ୍କାର ଘରୋଇ କ୍ରିକେଟ୍ ଫର୍ମାଟରେ ପରିବର୍ତ୍ତନ କରିବା ନେଇ ପ୍ରସ୍ତାବ ଦେଇଥିଲେ, ଯାହାକୁ ଶ୍ରୀଲଙ୍କା ବୋର୍ଡ ଖାରଜ କରିଦେଇଥିଲା। ଏହାଛଡ଼ା ଜୟବର୍ଦ୍ଧନେ ଲଗାତାର ଅଧିନାୟକ ଅଦଳବଦଳ ନେଇ ନିରାଶ ପ୍ରକାଶ ମଧ୍ୟ କରିଥିଲେ।

ଏ ନେଇ ଜୟବର୍ଦ୍ଧନେ କହିଥିଲେ, ଖେଳାଳିମାନେ ରାଜନୀତିର ଶିକାର ହେଉଛନ୍ତି। ଜୟବର୍ଦ୍ଧନେ ଆଞ୍ଜେଲୋ ମାଥ୍ୟୁସ୍ ଓ ଦିନେଶ ଚାଣ୍ଡିମଲଙ୍କୁ କଡ଼ା ସମାଲୋଚନା କରି କହିଥିଲେ, ଦୁହେଁ ଅଧିନାୟକ ଅଦଳବଦଳ ପାଇଁ ଦାୟୀ।

ସୂଚନାଯୋଗ୍ୟ, ଜୟବର୍ଦ୍ଧନେ ୨୦୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏହା ପରେ ମାଥ୍ୟୁସ୍, ଚାଣ୍ଡିମଲ୍, ଥିସାରା ପରେରା, ଲସିଥ ମାଲିଙ୍ଗା, ଚମାରା କାପୁଗେଡେରା ଓ ଦିମୁତ କରୁଣାରତ୍ନେଙ୍କୁ ଅଧିନାୟକ କରାଯାଇଥିଲା। ବିଶ୍ୱକପ୍ ପାଇଁ ଏବେ କରୁଣାରତ୍ନେ ଟିମ୍ କ୍ୟାପଟେନ୍ ଅଛନ୍ତି, ଯିଏ ଦୀର୍ଘଦିନ ଧରି ଦିନିକିଆ ଟିମରୁ ବାହାରେ ଥିଲେ। କିନ୍ତୁ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ଜିତିବା ପରେ ତାଙ୍କୁ ଦିନିକିଆ ଟିମର ନେତୃତ୍ୱ ଦିଆଯାଇଥିଲା।



from Odisha Reporter http://bit.ly/2W2ePrL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages