ସୌମ୍ୟ ଓ ନବଙ୍କୁ ମିଳିନପାରେ ମନ୍ତ୍ରୀ ପଦ, ଖୋଜା ଚାଲିଛି ‘ଦୁର୍ବଳ’ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

ସୌମ୍ୟ ଓ ନବଙ୍କୁ ମିଳିନପାରେ ମନ୍ତ୍ରୀ ପଦ, ଖୋଜା ଚାଲିଛି ‘ଦୁର୍ବଳ’ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆସନ୍ତା ମେ’ ୨୯ତାରିଖରେ ପଞ୍ଚମଥର ପାଇଁ ନୂଆ ସରକାର ଶପଥ ନେବାକୁ ଯାଉଥିବାବେଳେ କିଏ କିଏ ମନ୍ତ୍ରୀ ପଦ ପାଇବେ, ତାକୁ ନେଇ ଅଙ୍କକଷା ଓ ଚର୍ଚ୍ଚା ଜୋର ଧରିଛି। ତେବେ ଅନ୍ୟ ଦଳରୁ ଆସି ବିଜେଡି ଟିକେଟରେ ବିଜୟୀ ହୋଇଥିବା ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ନବ ଦାସଙ୍କୁ ମନ୍ତ୍ରୀ ପଦ ମିଳିବାର ସମ୍ଭାବନା କ୍ଷୀଣ ବୋଲି ଜଣାପଡ଼ିଛି।

ତେବେ ବିଜେଡିର ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଦକ୍ଷତା ଓ ଆନୁଗତ୍ୟକୁ ଅଧିକ ଗୁରୁତ୍ୱ ମିଳିବ। ରାଜନୀତିକ ସମୀକରଣ ଓ କୌଣସି ନିର୍ଦ୍ଦିଷ୍ଟ ରାଜନେତାଙ୍କ ପ୍ରଭାବକୁ ବିଶେଷ ପ୍ରାଥମିକତା ଦିଆଯିବ ନାହିଁ। ତେଣୁ ଏହି ଦୃଷ୍ଟିରୁ ରାଜ୍ୟରେ ସର୍ବାଧିକ ଭୋଟ୍ ବ୍ୟବଧାନରେ ସୌମ୍ୟରଞ୍ଜନ ବିଜୟୀ ହୋଇଥିଲେ ମଧ୍ୟ ତାଙ୍କୁ ମନ୍ତ୍ରୀ ପଦ ଦେବା ସପକ୍ଷରେ ନବୀନ ଓ ତାଙ୍କ ରଣନୀତିକାର ଟିମ୍ ନାହାନ୍ତି ବୋଲି କୁହାଯାଉଛି। ସୌମ୍ୟଙ୍କୁ ମନ୍ତ୍ରୀ ପଦ ମିଳିଲେ ଦଳର ପୁରୁଣା ନେତାମାନେ ଅସନ୍ତୁଷ୍ଟ ହେବାର ଆଶଙ୍କା ରହିଛି। ଯେଉଁମାନେ ଦଳ ଆରମ୍ଭରୁ ଦଳ ସହିତ ଅଛନ୍ତି ଓ କାଁ ଭାଁ ଥରେ ମନ୍ତ୍ରୀ ପଦ ପାଇଛନ୍ତି, ସେମାନେ ସୌମ୍ୟଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାର ସମ୍ଭାବନା ଅଧିକ। ତା’ଛଡ଼ା ନୟାଗଡ଼ ଜିଲ୍ଲାରେ ଦଳର ଭରସାଯୋଗ୍ୟ ଯୁବନେତା ଅରୁଣ ସାହୁ ଅଛନ୍ତି। ସୌମ୍ୟ ମନ୍ତ୍ରୀ ପଦ ପାଇଲେ ଜିଲ୍ଲାରେ ଅରୁଣଙ୍କ ପ୍ରଭାବ ହ୍ରାସ ପାଇବ। ତେଣୁ ସୌମ୍ୟଙ୍କ ସମ୍ଭାବ୍ୟ ମନ୍ତ୍ରିତ୍ୱରେ ଅରୁଣ ମୁଖ୍ୟ ବାଧକ ସାଜିଛନ୍ତି।

ଜଣେ ରାଜନୀତିକ ବିଶ୍ଲେଷକଙ୍କ ମତରେ ଏସବୁ ସମୀକରଣ ସମସ୍ୟାକୁ ବାଦ୍ ଦେଲେ, ସୌମ୍ୟଙ୍କ ପରିବାର ଅନେକ ବ୍ୟବସାୟ ସହ ଜଡ଼ିତ ଏବଂ ସେ ନିଜେ ଏକ ପ୍ରମୁଖ ସମ୍ବାଦପତ୍ର ଓ ଟିଭି ଚ୍ୟାନେଲର ମାଲିକ। ସୌମ୍ୟ ମନ୍ତ୍ରୀ ହେଲେ ତାଙ୍କ ପରିବାର ଓ ସଂସ୍ଥା ପରୋକ୍ଷରେ ହୁଏତ ଅଧିକ ଫାଇଦା ହାସଲ କରିବେ। କିନ୍ତୁ ସୌମ୍ୟ ମନ୍ତ୍ରୀ ହେଲେ ତାଙ୍କ ସମ୍ପାଦନାରେ ଥିବା ସମ୍ବାଦପତ୍ରଟି ବିଶେଷ କ୍ଷତିଗ୍ରସ୍ତ ହେବ। ତେଣୁ ସବୁ ଦୃଷ୍ଟିରୁ ଦେଖିଲେ ସୌମ୍ୟଙ୍କ ପାଇଁ ମନ୍ତ୍ରୀ ପଦ ବିଶେଷ ଫାଇଦା ଦାୟକ ହେବନି ବୋଲି ସେ କହିଛନ୍ତି।

ସେହିପରି କଂଗ୍ରେସରୁ ବିଜେଡିରେ ମିଶିଥିବା ନବ ଦାସ ଏବେ ମନ୍ତ୍ରୀ ପଦ ପାଇଁ ଗୋଡ଼ ଟେକି ବସିଛନ୍ତି। ଅନେକ ବ୍ୟବସାୟିକ ଓ ଠିକାଦାରୀ ସଂସ୍ଥା ସହ ନବ ଓ ତାଙ୍କ ପରିବାର ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବେ ଜଡ଼ିତ। ନବଙ୍କୁ ମନ୍ତ୍ରୀ ପଦ ମିଳିଲେ ଖଣିବହୁଳ ଝାରସୁଗୁଡ଼ା ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାରେ ତାଙ୍କର ପ୍ରଭାବ ବୃଦ୍ଧି ପାଇବ। ଯାହାକି ବିଜେଡି ପାଇଁ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। ତା’ଛଡ଼ା ମାତ୍ର ୪ମାସ ପୂର୍ବରୁ କଂଗ୍ରେସରୁ ଆସିଥିବା ନବଙ୍କୁ ମନ୍ତ୍ରୀ ପଦ ମିଳିଲେ ବିଜେଡିରେ ଅସନ୍ତୋଷ ବଢ଼ିବାର ବି ଆଶଙ୍କା ରହିଛି।

ସେହିପରି କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ଗଞ୍ଜାମ ଜିଲ୍ଲା କଂଗ୍ରେସର ପ୍ରଭାବଶାଳୀ ନେତା ବିକ୍ରମ ପଣ୍ଡାଙ୍କ ପାଇଁ ତାଙ୍କର ଘନିଷ୍ଠ ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଲବି ଆରମ୍ଭ କରୁଥିବା ଚର୍ଚ୍ଚା ହେଉଛି। ବିକ୍ରମଙ୍କୁ ମନ୍ତ୍ରୀ ପଦ ମିିଳିଲେ ଗଞ୍ଜାମ ଜିଲ୍ଲା ବିଜେଡି ନେତାମାନେ ସହଜରେ ଏହାକୁ ହଜମ କରିପାରିବେ ନାହିଁ ଓ ବିଦ୍ରୋହର ଆଶଙ୍କା ମଧ୍ୟ ରହିଛି।

ତେଣୁ ମନ୍ତ୍ରୀ ପଦ ପାଇଁ ଚାଲିଥିବା ଅଙ୍କକଷାରେ ବିଜେଡି ନେତୃତ୍ୱ ଏସବୁ ଦିଗ ପ୍ରତି ଦୃଷ୍ଟି ରଖିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ୨୦୧୭ ମସିହାରେ ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ‘ନବୀନଙ୍କ ମନ୍ତ୍ରିମଣ୍ଡଳ’ ଗୋଟିଏ ‘ରବରଷ୍ଟାମ୍ପ ମନ୍ତ୍ରିମଣ୍ଡଳ’ ଭଳି କାର୍ଯ୍ୟ କରୁଥିବାରୁ ଠିକ ସେଭଳି ଶୈଳୀରେ ଏକ ଦୁର୍ବଳ ମନ୍ତ୍ରିମଣ୍ଡଳ ଗଢ଼ିବା ନିମନ୍ତେ ମଧ୍ୟ ବିଜେଡିର ରଣନୀତିକାର ସାଜିଥିବା ଅମଲାମାନେ ପ୍ରୟାସ କରୁଛନ୍ତି। ଯାହାଫଳରେ ଅଫିସର ଗୋଷ୍ଠୀଙ୍କ ମାଧ୍ୟମରେ ସରକାର, ଦଳ ଓ ସମ୍ପୂର୍ଣ୍ଣ ମନ୍ତ୍ରିମଣ୍ଡଳ ଉପରେ ନିୟନ୍ତ୍ରଣ ରଖିବା ସହଜ ହେବ। ତେଣୁ ପ୍ରଥମଥର ବିଧାୟକ ହୋଇଥିବା ପଦ୍ମିନୀ ଦିୟାନ(ମନୋହର ରନ୍ଧାରୀଙ୍କ ଭଉଣୀ)ଙ୍କ ଭଳି ବିଧାୟକମାନଙ୍କୁ ମନ୍ତ୍ରୀ ପଦ ଦେବାକୁ ଏବେ ବିଜେଡି ରଣନୀତିକାର ସଜବାଜ ହେଉଥିବା ସୂଚନା ମିଳିଛି।



from Odisha Reporter http://bit.ly/2QoGz3P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages