
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିଥିଲା ବାତ୍ୟା ‘ଫୋନି’। ବାତ୍ୟାରେ ଉଡ଼ି ଯାଇଥିଲା ଛାତ ଓ ଉଜୁଡ଼ି ଯାଇଥିଲା ଚାଷ। ସର୍ବହରା ହେଲେ ଲୋକେ। ବିପନ୍ନଙ୍କ ଏପରି ଦୁର୍ଦ୍ଦିନରେ ସହାୟତାର ହାତ ବଢ଼ାଇଛନ୍ତି ବଲାଙ୍ଗିର ଜଣେ ଫଳ ଚାଷୀ। ସେ ତାଙ୍କ ବଗିଚାରେ ଫଳିଥିବା ଆମ୍ୱକୁ ନିଲାମ କରି ସେଥିରୁ ମିଳିଥିବା ଅର୍ଥକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି।
ବଲାଙ୍ଗିର ଜିଲ୍ଲା ପଥରଚେପା ନିକଟରେ ରହିଛି ଅରୁଣ ମିଶ୍ରଙ୍କ ଆମ୍ବ ବଗିଚା। ଗତ କିଛି ଦିନ ତଳେ ସେ ବଗିଚାର ସମସ୍ତ ଆମ୍ବକୁ ନିଲାମ କରିଥିଲେ। ସେଥିରୁ ମିଳିଥିବା ୨୫ ହଜାର ଟଙ୍କାକୁ ସେ ଚେକ୍ ଆକାରରେ ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ପ୍ରଦାନ କରିଛନ୍ତି।
ଅନ୍ୟମାନେ ମଧ୍ୟ ଆଗେଇ ଆସି ଗୁଣ୍ଡୁଚି ମୂଷା ଭଳି ନିଜର ସାମର୍ଥ୍ୟ ମୁତାବକ ‘ଫୋନି’ କ୍ଷତିଗ୍ରସ୍ତକୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି ଅରୁଣ।
from Odisha Reporter http://bit.ly/2EmyPdH
No comments:
Post a Comment