
ଭୋପାଲ: ଆରଏସଏସର ପୂର୍ବତନ ପ୍ରଚାରକ ସୁନୀଲ ଯୋଶୀ ହତ୍ୟା ଘଟଣାର କେସ ପୁଣି ଖୋଲିବ। କଂଗ୍ରେସ ନେତୃତ୍ୱାଧୀନ ମଧ୍ୟପ୍ରଦେଶ ସରକାର ଏହି ମାମଲାକୁ ପୁଣି ଖୋଲିବା ପାଇଁ ନିଷ୍ପତ୍ତି ନେଇଛି। ଏଥିପାଇଁ ଦେଓ୍ୱସ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏହି ମାମଲାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଆଇନ ମନ୍ତ୍ରୀ ପିସି ଶର୍ମା କହିଛନ୍ତି। ସରକାର ଏହି ମାମଲାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ଆଇନଜୀବୀଙ୍କ ପରାମର୍ଶ ଲୋଡ଼ିଥିବା ଜଣାପଡ଼ିଛି।
ଆରଏସଏସର ଏହି ପୂର୍ବତନ ପ୍ରଚାରକ ହତ୍ୟା ଘଟଣାରେ ଭୋପାଲ ଲୋକସଭା ଆସନର ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ନାମ ଥିବା ପ୍ରଥମେ ଅଭିଯୋଗ ହୋଇଥିଲା। ହେଲେ ୨୦୧୭ରେ ଏହି ହତ୍ୟା ଘଟଣାରେ ପ୍ରାଜ୍ଞା ଠାକୁର ସମେତ ୬ ଅନ୍ୟ ଅଭିଯୁକଙ୍କୁ ଖଲାସ କରାଯାଇଥିଲା।
ସୂଚନା ଥାଉ କି ଗତ ରବିବାର ଦିନ ଚଳିତ ନିର୍ବାଚନର ଏକଜିଟ୍ ପୋଲ ପ୍ରକାଶ ପାଇଛି। ଏଥିରେ ମଧ୍ୟପ୍ରଦେଶ ଭୋପାଲ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଦିଗବିଜୟ ସିଂହ ହାରୁଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଠିକ ଏହାପରେ ପ୍ରଜ୍ଞା ଠାକୁରଙ୍କ ବିରୋଧରେ ଥିବା ପୁରୁଣା ମାମଲା ଖୋଲିବା ପାଇଁ ନିଷ୍ପତ୍ତି ନେଇଛି।
ବିଜେପି ପ୍ରତିକ୍ରିୟା ରଖି କହିଛି କଂଗ୍ରେସ ପ୍ରତିଶୋଧ ରାଜନୀତି କରୁଛି। ହାରିବା ଭୟ ଓ ସଂସଦକୁ ଯିବା ପାଇଁ ସାଧ୍ୱୀଙ୍କ ବାଟ ଅବରୋଧ କରିବା ପାଇଁ କମଲନାଥ ସରକାର ଷଡ଼ଯନ୍ତ୍ର ଆରମ୍ଭ କରିଛନ୍ତି।
from Odisha Reporter http://bit.ly/2X4X3Ao
No comments:
Post a Comment