ଇଭିଏମ୍‌ ଟ୍ୟାମ୍ପରିଂ ନେଇ ଚିନ୍ତାପ୍ରକଟ କଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

ଇଭିଏମ୍‌ ଟ୍ୟାମ୍ପରିଂ ନେଇ ଚିନ୍ତାପ୍ରକଟ କଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

pranabmukharjee

ନୂଆଦିଲ୍ଲୀ:ଇଭିଏମ୍‌ ବା ଭୋଟ୍‌ ମେସିନ୍‌ ଟ୍ୟାମ୍ପରିଂ ପ୍ରସଙ୍ଗରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, ଆନୁଷ୍ଠାନିକ ସଚ୍ଚୋଟତା ଅକ୍ଷୁର୍ଣ୍ଣ ରଖିବା ନିର୍ବାଚନ କମିଶନଙ୍କ ଦାୟିତ୍ୱ। ନିର୍ବାଚନ କମିଶନଙ୍କ ଦାୟିତ୍ୱରେ ଥିବା ଇଭିଏମ୍‌ର ସୁରକ୍ଷା ଏବଂ ନିରାପତ୍ତା କମିଶନ୍‌ଙ୍କର ହିଁ ଦାୟିତ୍ୱ। ଉତ୍ତରପ୍ରଦେଶ, ବିହାର, ପଞ୍ଜାବ ଏବଂ ହରିଆଣାରେ ବିଭିନ୍ନ ଘରୋଇ କାର୍‌ରେ ଇଭିଏମ୍‌ ସ୍ଥାନାନ୍ତର ହେଉଥିବାର ଭିଡିଓ କ୍ଲିପ୍‌ ଭାଇରାଲ ହେଉଥିବା ନେଇ ବିରୋଧୀ ଦଳମାନେ ସ୍ୱର ଉଠାଇବାପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଆଜି ମୁଖାର୍ଜୀ ଟ୍ୱିଟର ଜରିଆରେ ଏକ ବିବୃତି ଜାରି କରି କହିଛନ୍ତି, “ଗଣତନ୍ତ୍ର ପ୍ରତି ଚ୍ୟାଲେଞ୍ଜ ମନେହେଉଥିବା କୌଣସି ଚର୍ଚ୍ଚା ପାଇଁ ସୁଯୋଗ ସୃଷ୍ଟି ହେବା ଠିକ ନୁହେଁ। ଜନାଦେଶ ଚୂଡ଼ାନ୍ତ ଏବଂ ଏହାକୁ ନେଇ କୌଣସି ସନ୍ଦେହ ସୃଷ୍ଟି ହେବାକୁ ଦିଆଯିବା ଅନୁଚିତ।”ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ସାମ୍ବିଧାନିକ ଅନୁଷ୍ଠାନମାନଙ୍କ ଉପରେ ଗଭୀର ବିଶ୍ୱାସ କରେ। ତେଣୁ ମୋର ମତ ହେଉଛି ଏହି ଭଳି ଅନୁଷ୍ଠାନଗୁଡ଼ିକର କାମ କିଭଳି ଠିକ୍‌ ଭାବରେ ଚାଲିବ ତାହା ଏହାର ଅଧିକାରୀ ନିଶ୍ଚିତ କରାନ୍ତୁ।”

ଏହା ପୂର୍ବରୁ ଗତ ସୋମବାର ଦିନ ମୁଖାର୍ଜୀ ଏକ ପୁସ୍ତକର ଉନ୍ମୋଚନ କାର୍ଯ୍ୟକ୍ରମରେ କହିଥିଲେ, “ଆଜି ଯଦି ଗଣତନ୍ତ୍ର ବଞ୍ଚିଛି, ତା’ହେଲେ ଏହାର ମୁଖ୍ୟ ଶ୍ରେୟ ଯିବ ନିର୍ବାଚନ କମିଶନଙ୍କୁ। ଏ ନେଇ ସେ ଦେଶର ପ୍ରଥମ ନିର୍ବାଚନ କମିଶନର ସୁକୁମାର ସେନଙ୍କ ପାଖରୁ ଆରମ୍ଭ କରି ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କ ବାବଦରେ ସେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଅନୁଷ୍ଠାନ ଭୁଲ ନୁହେଁ। ଖରାପ ଅଧିକାରୀ ବ୍ୟବସ୍ଥାକୁ ଠିକ୍‌ରେ ଚଳାଇ ନପାରି କେବଳ ଦୋଷ ଦେବା ଜାଣିଥାନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରି କୁହାଯାଇଥିଲା ମୁଖାର୍ଜୀ କୁଆଡ଼େ ନିର୍ବାଚନ କମିଶନଙ୍କ ପ୍ରଶଂସା କରୁଛନ୍ତି।



from Odisha Reporter http://bit.ly/2QbgwNg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages