ଗୁଟ୍‌ଖା ବିଜ୍ଞାପନ ବନ୍ଦ କରିବାକୁ ଅଜୟ ଦେବ୍‌ଗନ୍‌ଙ୍କୁ ଅନୁରୋଧ କଲେ କ୍ୟାନସର୍‌ ରୋଗୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

ଗୁଟ୍‌ଖା ବିଜ୍ଞାପନ ବନ୍ଦ କରିବାକୁ ଅଜୟ ଦେବ୍‌ଗନ୍‌ଙ୍କୁ ଅନୁରୋଧ କଲେ କ୍ୟାନସର୍‌ ରୋଗୀ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ ଟିଭିରେ ତମାଖୁର ବିଜ୍ଞାପନ କରୁଥିବା ଆପଣ ଦେଖିଥିବେ। ହେଲେ ତାଙ୍କର ଏହି ବିଜ୍ଞାପନକୁ ଦେଖି ଜଣେ କ୍ୟାନ୍‌ସର ରୋଗୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏପରିକି ତମାଖୁଜାତ ଦ୍ରବ୍ୟର ବିଜ୍ଞାପନ ନ କରିବା ପାଇଁ ସେ ଓ ତାଙ୍କ ପରିବାର ଅଜୟ ଦେବ୍‌ଗନଙ୍କୁ ସାର୍ବଜନୀନ ଭାବରେ ଅପିଲ୍‌ କରିଛନ୍ତି।

ଏହି କ୍ୟାନ୍‌ସର ପୀଡିତ ବ୍ୟକ୍ତି ଜଣକ  ଜୟପୁରର । ତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, କ୍ୟାନସର୍‌ରେ ଆକ୍ରାନ୍ତ ହେବା ପୂର୍ବରୁ ସେ ଅଜୟ ଦେବଗନ୍‌ଙ୍କର ଜଣେ ପ୍ରଶଂସକ ଥିଲେ ଏବଂ ଅଜୟ ଦେବଗନ୍‌ ଟିଭିରେ ବିଜ୍ଞାପନ କରୁଥିବା ତମାଖୁକୁ ସେ ମଧ୍ୟ ବ୍ୟବହାର କରୁଥିଲେ। ସେହି ତମାଖୁକୁ ବ୍ୟବହାର କରି ଆଜି କ୍ୟାନସର୍‌ରେ ପୀଡ଼ିତ ହୋଇଛନ୍ତି।

କ୍ୟାନସର୍‌ରେ ପୀଡ଼ିତ ହେବା ପରେ ରୋଗୀଙ୍କ ପରିବାର ଲୋକେ ଅଜୟ ଦେବଗନ୍‌ଙ୍କର ଫଟୋ ସହିତ ତମାଖୁ ବ୍ୟବହାର ନ କରିବା ପାଇଁ ଆଖପାଖ ଅଞ୍ଚଳରେ ପର୍‌ଚି ବାଣ୍ଟିବା ସହିତ ଲୋକମାନଙ୍କୁ ସଚେତନ କରିବାରେ ଲାଗିଛନ୍ତି।

ଏପରିକି ପୀଡ଼ିତଙ୍କ ପୁଅ ପିଟିଆଇକୁ କହିଛନ୍ତି, “ମୋର ବାପା ଅଜୟ ଦେବଗନ୍‌ଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ବିଜ୍ଞାପନ କରୁଥିବା ତମାଖୁ ହିଁ ସେବନ କରୁଥିଲେ। ତେଣୁ ମୁଁ ଅନୁରୋଧ କରୁଛି ଅଜୟ ଦେବଗନ୍‌ଙ୍କ ପରି ଜଣେ ବଡ଼ ଷ୍ଟାର୍‌ ମଦ, ସିଗାରେଟ୍‌ ଓ ଗୁଟ୍‌ଖା ପରି ତମାଖୁଜାତ ଦ୍ରବ୍ୟର ବିଜ୍ଞାପନ କରନ୍ତୁ ନାହିଁ।“



from Odisha Reporter http://bit.ly/2VNEKCC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages