
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ନୂଆ ଉପମୁଖ୍ୟ ହୋଇଛନ୍ତି ଏୟାର ମାର୍ଶାଲ ରାକେଶ କୁମାର ସିଂହ ଭଦୋରିୟା। ଏୟାର ମାର୍ଶଲ ଅନୀଲ ଖୋସଲା ସୋମବାର ଅବସର ଗ୍ରହଣ କରିବା ପରେ ତାଙ୍କ ସ୍ଥାନରେ ରାକେଶ କୁମାର ସିଂହ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ରାକେଶ କୁମାର ସିଂହ ଭଦୋରିୟା ଟ୍ରେନିଂ କମାଣ୍ଡର ମୁଖ୍ୟ ଥିଲେ।
ନ୍ୟାଶନାଲ ଡିଫେନ୍ସ ଏକାଡେମୀର ପୂର୍ବତନ ଛାତ୍ର ରାକେଶ କୁମାର ସିଂହ ୨୬ଟି ପ୍ରକାରର ଯୁଦ୍ଧ ବିମାନ ଏବଂ ପରିବହନ ବିମାନରେ ୪ ହଜାର ୨୫୦ ଘଣ୍ଟାରୁ ଅଧିକ ସମୟ ଉଡ଼ାଣର ଅଭିଜ୍ଞତା ରଖିଛନ୍ତି।
ଏୟାର ମାର୍ଶଲ ରାକେଶ କୁମାର ସିଂହ ଭଦୋରିୟା ଡିଫେନ୍ସରେ ମାଷ୍ଟର ଡିଗ୍ରୀ କରିଛନ୍ତି। ଏଥିସହ ଭାରତୀୟ ବାୟୁସେନାର ବଡ଼ ବଡ଼ ପଦବୀରେ ଦାୟିତ୍ୱ ଗ୍ରହଣ କରି ନିଜର ଅନୁଭବ ସାଉଁଟିଛନ୍ତି । ନିକଟରେ ହୋଇଥିବା ତେଜସ୍ ବିମାନ ପରୀକ୍ଷଣରେ ରାକେଶ କୁମାର ସିଂହ ଭଦୋରିୟାଙ୍କ ଯୋଗଦାନ ଥିବା ଜଣାପଡ଼ିଛି। ଏଥିସହ ସେ ମସ୍କୋରେ ଥିବା ଭାରତୀୟ ଦୂତାବାସର ଏୟାର ଆଟାଚୀ ମଧ୍ୟ ଥିଲେ।
ନିଜ ଚାକିରୀ କାଳ ମଧ୍ୟରେ ରାକେଶ କୁମାର ସିଂହ ଭଦୋରିୟା ପରମ ବିଶିଷ୍ଟ ସେବା ପଦକ, ଅତି ବିଶିଷ୍ଟ ସେବା ପଦକ ଏବଂ ବାୟୁସେନା ପଦକ ଆଦିରେ ସମ୍ମାନିତ ହୋଇଛନ୍ତି।
from Odisha Reporter http://bit.ly/2URyrt3
No comments:
Post a Comment