
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର)- ଆମିଷ ନ ଖାଉଥିବା ଲୋକେ ମୁଖ୍ୟତଃ ଛତୁ ଓ ପନିର ଖାଇବାକୁ ପସନ୍ଦ କରିଥାନ୍ତି। ସାଧାରଣତଃ ସମସ୍ତେ ଏହାର ମସାଲା କରି, ଭାତ, ରୁଟି କିମ୍ୱା ନାନରେ ଖାଇଥାନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଛତୁ ଓ କୋଶଳା ଶାଗର ଏକ ୟୁନିକ୍ ଆଇଟମ୍ ପ୍ରସ୍ତୁତି ବିଷୟରେ କହିବୁ, ଯାହାକି ଆପଣ କେବେ ଖାଇ ନ ଥିବେ। ଆସନ୍ତୁ ଜାଣିବା କୋଶଳା ଶାଗ, ଛତୁ ତାୱା ଫ୍ରାଏର ପ୍ରସ୍ତୁତି ସମ୍ପର୍କରେ।

ଆବଶ୍ୟକ ସାମଗ୍ରୀ: କୋଶଳା ଶାଗ, ଛତୁ, ସୁଇଟ୍ କର୍ଣ୍ଣ , ପିଆଜ, କଞ୍ଚା ଲଙ୍କା, ଅଦା ରସୁଣ, ଚାଉଳ ସୁଜି, ଲୁଣ, ଲେମ୍ୱୁ, କର୍ଣ୍ଣଫ୍ଲୋର, ସିଝା ଆଳୁ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କଟା ଶାଗରେ ଅନ୍ୟ ସବୁ ସାମଗ୍ରୀ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାପରେ ଗ୍ୟାସରେ ତାୱା ବସାଇ ରିଫାଇନ ତେଲ ଗରମ କରନ୍ତୁ। ଏହାପରେ ଶାଗ, ଛତୁ ଗୋଳାକୁ ଛୋଟ ଛୋଟ ଚଟକା ପରି କରି ତାୱାରେ ପକାନ୍ତୁ।

ଗ୍ୟାସକୁ ସିମ୍ ରଖନ୍ତୁ। କିଛି ସମୟ ପରେ ତାହାକୁ ଓଲଟାଇ ଦିଅନ୍ତୁ। ୨ ପାର୍ଶ୍ୱ ଭାଜି ହୋଇଗଲା ପରେ ତାୱାରୁ ବାହାର କରି ଗରମା ଗରମ ପରସନ୍ତୁ।
from Odisha Reporter http://bit.ly/2ZQKFpN
No comments:
Post a Comment