ଚୀନବାସୀ ପସନ୍ଦ କରନ୍ତି ନାହିଁ କ୍ରିକେଟ, କାହିଁକି ଜାଣିଛନ୍ତି ?     - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ଚୀନବାସୀ ପସନ୍ଦ କରନ୍ତି ନାହିଁ କ୍ରିକେଟ, କାହିଁକି ଜାଣିଛନ୍ତି ?    

ବେଜିଂ: ବିଶ୍ୱର ବିଭିନ୍ନ ଦେଶରେ କ୍ରିକେଟ ଲାଗି ଫ୍ୟାନ୍ସଙ୍କ ମଧ୍ୟରେ ପାଗଳାମି ପରିଲକ୍ଷିତ ହୁଏ। ମ୍ୟାଚ ଆରମ୍ଭରୁ ଶେଷ ଯାଏ ଟିଭି ପାଖ ଛାଡନ୍ତିନି ଦର୍ଶକ। କିଏ ଜିତିବ, ହାରିବ ତାକୁ ନେଇ ଚାଲେ ତର୍କ ବିତର୍କ। ହେଲେ ଚୀନବାସୀ ଏଥିରେ ବ୍ୟତିକ୍ରମ। ସେମାନେ ଏହି ଖେଳକୁ ଖାସ ପସନ୍ଦ କରନ୍ତି ନାହିଁ।

ବୈଷୟିକ ଜ୍ଞାନ କୌଶଳ ଓ ଟେକନୋଲୋଜି କ୍ଷେତ୍ରରେ ବେଶ୍‌ ଆଗରେ ରହିଥିବା ଏହି ଦେଶରେ ଅଲମ୍ପିକ୍‌କୁ ଢେର ଗୁରୁତ୍ୱ ଦିଆଯାଇଥାଏ। ଏହି ଦେଶରେ ପିଲାଙ୍କୁ ଛୋଟ ଦିନୁ ଅଲମ୍ପିକ୍‌ ଲାଗି ପ୍ରଶିକ୍ଷଣ ଦିଆଯାଏ। ଫଳରେ ସେମାନେ ସବୁ ଅଲମ୍ପିକ୍ସ ଗେମ୍‌ରେ ଭଲ ପ୍ରଦର୍ଶନ କରିବା ସହ ବହୁ ଅଧିକ ମେଡାଲ ମଧ୍ୟ ନିଜ ନାମରେ କରାଇ ନିଅନ୍ତି।

ଏପରି କ୍ଷେତ୍ରରେ ଏହି ଦେଶରେ କ୍ରିକେଟ ପ୍ରତି ଲୋକଙ୍କ ମଧ୍ୟରେ ସେପରି ଲୋକପ୍ରିୟତା ନାହିଁ। ଏହି ଦେଶରେ କ୍ରିକେଟ ଖେଳା ଯାଏ ନାହିଁ କିମ୍ୱା ଏଠାକାର ନାଗରିକ ମଧ୍ୟ ଏହାକୁ ପସନ୍ଦ କରନ୍ତି ନାହିଁ।  ହେଲେ ଆପଣ ଏହାର କାରଣ ଜାଣିଛନ୍ତି କି ?

ବିଶ୍ୱର ସବୁଠୁ ଜନବହୁଳ ରାଷ୍ଟ୍ର ଚୀନରେ ଅଲମ୍ପିକ୍‌କୁ ନେଇ ଲୋକଙ୍କ ମଧ୍ୟରେ ଖୁବ୍‌ ଆଗ୍ରହ ଥାଏ। ଯେହେତୁ ଅଲମ୍ପିକ୍‌ରେ କ୍ରିକେଟ ସାମିଲ ନାହିଁ ସେଥିଲାଗି ଚୀନବାସୀ ଏଥିପ୍ରତି ବିଶେଷ ଆଗ୍ରହ ପ୍ରକାଶ କରନ୍ତି ନାହିଁ।

ଦ୍ୱିତୀୟ କାରଣ ହେଲା,  ବ୍ରିଟିଶ ଉପନିବେଶର ଅଂଶ ହୋଇଥିବା ତଥା ଇଂରେଜ ଶାସିତ ରାଷ୍ଟ୍ରରେ ହିଁ କ୍ରିକେଟ ପ୍ରତି ପାଗଳାମି ଅଧିକ ପରିଲକ୍ଷିତ ହୁଏ। କିନ୍ତୁ ଚୀନ କେବେ ବି ଇଂରେଜମାନଙ୍କ ଦ୍ୱାରା ଶାସିତ ହୋଇନାହିଁ। ତେଣୁ ଏଠାରେ କ୍ରିକେଟ ପ୍ରତି ଭଲ ପାଇବା ନାହିଁ।  ବରଂ ଚୀନର ପ୍ରତିଯୋଗୀ ବ୍ୟାଡମିଣ୍ଟନ, ଟେବୁଲ ଟେନିସ ଖେଳିବାରେ ମାହିର। ଏହି କ୍ଷେତ୍ରରେ ସେମାନଙ୍କୁ ସର୍ବଶ୍ରେଷ୍ଠ କୁହାଯାଇଥାଏ।

    ଚୀନର ମହିଳା କ୍ରିକେଟ ଟିମ୍‌

    ଚୀନବାସୀ ଖେଳ ଦ୍ୱାରା ସମଗ୍ର ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ସବୁବେଳେ ଇଚ୍ଛୁକ ଥାଆନ୍ତି। ଏଥିଲାଗି ଅଲମ୍ପିକ୍ସ ଅଧୀନରେ ଆସୁଥିବା ବିଭିନ୍ନ ପ୍ରକାର ଖେଳ ଉପରେ ସେମାନେ ଗୁରୁତ୍ୱ ଦେଇ ସଫଳ ମଧ୍ୟ ହୋଇଥାନ୍ତି।  କ୍ରିକେଟ ଏକ ଲୋକପ୍ରିୟ ଖେଳ ହୋଇଥିଲେ ମଧ୍ୟ ଏହା ବିଶ୍ୱର ସବୁ ଦେଶରେ  ଖେଳା ଯାଇ ନ ଥାଏ। ତେଣୁ ଚୀନବାସୀ ଏଥିପ୍ରତି ଆଗ୍ରହ ପ୍ରକାଶ କରନ୍ତି ନାହିଁ।

    ଆଇସିସି କ୍ରିକେଟକୁ ଲୋକପ୍ରିୟ କରିବାକୁ ଚୀନରେ ବି ଏହାର ପ୍ରମୋସନ କରାଯାଇଛି। ଗତ ଜାନୁୟାରୀରେ ଟି- ୨୦ ଟୁର୍ନାମେଣ୍ଟରେ ଚୀନର ମହିଳା ଟିମ୍‌ ସାମିଲ ହୋଇଥିଲେ। କିନ୍ତୁ ମ୍ୟାଚରେ ଏହି ଟିମ୍‌ ଏପରି ସର୍ବନିମ୍ନ ରେକର୍ଡ କରିଥିଲେ ଯେ, ତାହାକୁ ଭବିଷ୍ୟତରେ କୌଣସି ଟିମ୍ ଭାଙ୍ଗିବାକୁ ଇଚ୍ଛା ପ୍ରକାଶ କରିବ ନାହିଁ। ସଂଯୁକ୍ତ ଆରବ ଅମିରାତ ବିପକ୍ଷରେ ଖେଳି ଚୀନର ମହିଳା ଟିମ୍‌ ମାତ୍ର ୧୪ ରନ କରିବାକୁ ସକ୍ଷମ ହୋଇଥିଲେ।



    from Odisha Reporter http://bit.ly/2HkX1PJ

    No comments:

    Post a Comment

    ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

    ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

    Post Bottom Ad

    Responsive Ads Here

    Pages