
ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା ସାମ୍ନା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରୁ ଗତକାଲି ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ ତାଙ୍କ ମୃତଦେହ ପଡ଼ିଥିଲା। ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ତାଙ୍କ ମୃତ୍ୟୁକୁ ନେଇ ନାନା କଥା ଆଲୋଚନା ହେଉଛି। ତାଙ୍କୁ କେହି ମାରି ରାଜପଥ ଉପରେ ଫିଙ୍ଗି ଦେଇଥିବା କୁହାଯାଉଛି। ସେହିପରି ରାସ୍ତା ପାର ହେଲା ବେଳେ କୌଣସି ଗାଡ଼ି ଚାପି ଦେଇ ପଳାଇଥିବା ମଧ୍ୟ କୁହାଯାଉଛି। ତେବେ ମୃତ୍ୟୁ କାରଣ ସ୍ପଷ୍ଟ ହୋଇପାରନି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ କାରଣ ସ୍ପଷ୍ଟ ହେବ ବୋଲି ସୋର ପୁଲିସ୍ କହିବା ସହ ଘଟଣାର ତଦନ୍ତ ଜାରି ରଖିଛି।
from Odisha Reporter http://bit.ly/2LI6G6Z
No comments:
Post a Comment