ଆଇପିଏଲ୍‌ ୨୦୧୯: ଫାଇନାଲ୍‌ ଟିକେଟ୍‌ ପାଇଁ ମୁମ୍ବାଇକୁ ୧୩୨ ରନ୍‌ର ଟାର୍ଗେଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

ଆଇପିଏଲ୍‌ ୨୦୧୯: ଫାଇନାଲ୍‌ ଟିକେଟ୍‌ ପାଇଁ ମୁମ୍ବାଇକୁ ୧୩୨ ରନ୍‌ର ଟାର୍ଗେଟ

ଚେନ୍ନାଇ: ଅମ୍ବାତି ରାୟୁଡୁଙ୍କ ଧୈର୍ଯ୍ୟପୂର୍ଣ୍ଣ ୪୨ ଓ ଶେଷ ଭାଗରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ୩୭ ରନ୍ ବଳରେ ଚେନ୍ନାଇ ସୁପରକିଙ୍ଗସ୍ ଆଇପିଏଲ୍ ୨୦୧୯ର ପ୍ରଥମ ପ୍ଲେ-ଅଫରେ ୪ ୱିକେଟ୍ ହରାଇ ୧୩୧ ରନ୍ କରିଛି। ଫଳରେ ମ୍ୟାଚ୍ ଜିତି ସିଧାସଳଖ ଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ୧୩୨ ରନର ଟାର୍ଗେଟ ମିଳିଛି।

ଚେନ୍ନାଇର ସ୍ଲୋ ପିଚ୍ ଭାବେ ପରିଚିତ ଚେପକରେ ଘରୋଇ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳୀୟ ସ୍କୋର ୬ ଥିବା ବେଳେ ଓପନର ଫାଫ୍ ଡୁପ୍ଲେସିସ୍ ମାତ୍ର ୬ ରନ୍ କରି ରାହୁଲ ଚହରଙ୍କ ବଲରେ ଆଉଟ୍ ହୋଇଯାଇଥିଲେ।

ଇନ୍ ଫର୍ମ ସୁରେଶ ରାଇନା ମଧ୍ୟ ମାତ୍ର ୫ ରନ୍‌ କରି ଜୟନ୍ତ ଯାଦବଙ୍କ ବଲ୍‌ରେ ପ୍ୟାଭିଲିୟନ ଫେରି ଯାଇଥିଲେ। ଶେନ୍‌ ୱାଟସନ୍‌ ୧୦ ରନ୍‌ କରି କୃନାଲ ପାଣ୍ଡ୍ୟାଙ୍କ ଶିକାର ହୋଇଥିଲେ।

୩୨ ରନ୍‌ରେ ୩ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିବା ଚେନ୍ନାଇ ପାଇଁ ଅମ୍ବାତି ରାୟୁଡୁ ଓ ମୁରଲୀ ବିଜୟ ମଙ୍ଗ ସମ୍ଭାଳିଥିଲେ। ଉଭୟ ୪ର୍ଥ ୱିକେଟ୍‌ ପାଇଁ ୩୩ ରନ୍‌ର ଭାଗିଦାରୀ କରି ଦଳୀୟ ସ୍କୋରକୁ ୬୫ରେ ପହଞ୍ଚାଇଥିଲେ। ଏହି ସମୟରେ ୨୬ ବଲ୍‌ରେ ୨୬ ରନ୍‌ କରିଥିବା ବିଜୟଙ୍କୁ ରାହୁଲ ଚହର ଆଉଟ୍‌ କରି ଚେନ୍ନାଇର ରନ୍‌ ସଂଗ୍ରହ ହାରରେ ବ୍ରେକ୍‌ ଲଗାଇ ଦେଇଥିଲେ।

ତେବେ ଶେଷ ଭାଗରେ ଅଭିଜ୍ଞ ଧୋନି ନିଜର ଯାଦୁ ପୁଣିଥରେ ଦେଖାଇଥିଲେ। ପ୍ରଥମରୁ ଧୀମା ଖେଳୁଥିବା ଧୋନି ୧୯ତମ ଓଭରରେ ଲସିଥ ମାଲିଙ୍ଗାଙ୍କୁ ଦୁଇଟି ବଲରେ ଦୁଇଟି ଛକା ମାରି ନିଜର ଆକ୍ରମଣାତ୍ମକ ରୂପ ଦେଖାଇଥିଲେ। କିନ୍ତୁ ଶେଷ ଓଭର୍‌ରେ ଯଶପ୍ରୀତ ବୁମ୍ରା ବେଶ ଆକର୍ଷଣୀୟ ଢଙ୍ଗରେ ବୋଲିଂ କରି ଧୋନିଙ୍କୁ ହାତ ଖୋଲିବାର ସୁଯୋଗ ଦେଇ ନଥିଲେ। ଧୋନି ଶେଷ ପର୍ଯ୍ୟନ୍ତ ୨୯ଟି ବଲ୍‌ରେ ୩୭ ଓ ରାୟୁଡୁ ୩୭ ବଲ୍‌ରେ ୪୨ ରନ୍‌ କରି ଅପରାଜିତ ରହିଥିଲେ।
ମୁମ୍ବାଇ ପକ୍ଷରୁ ରାହୁଲ ଚହର ଦୁଇଟି ୱିକେଟ୍‌ ନେଇଥିବା ବେଳେ କୃନାଲ ଓ ଜୟନ୍ତ ଯାଦବ ଗୋଟିଏ ଲେଖାଏ ୱିକେଟ୍‌ ପାଇଛନ୍ତି।



from Odisha Reporter http://bit.ly/2J6lHO4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages