ଏକଜିଟ୍‌ ପୋଲ୍‌: ଏବ କି ବାର୍‌ ୩୦୦ ପାର୍‌, ପୁଣି ଦେଶରେ ମୋଦି ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

ଏକଜିଟ୍‌ ପୋଲ୍‌: ଏବ କି ବାର୍‌ ୩୦୦ ପାର୍‌, ପୁଣି ଦେଶରେ ମୋଦି ସରକାର

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଓ ଟିଭି ଚ୍ୟାନେଲ୍‌ ପକ୍ଷରୁ କରାଯାଇଥିବା ବୁଥ ବାହୁଡ଼ା ମତ ବା ଏକଜିଟ୍‌ ପୋଲ୍‌ ଫଳାଫଳ ରବିବାର ସନ୍ଧ୍ୟାରେ ପ୍ରକାଶ ପାଇଛି। ଏଥିରେ ୨୦୧୪ ପରି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପୁଣିଥରେ କେନ୍ଦ୍ରରେ ସରକାର ଗଠନ କରିବ ବୋଲି ସ୍ପଷ୍ଟ ସୂଚନା ମିଳିଛି। ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ, ଏନ୍‌ଡିଏ ୩୦୪ଟି ଆସନ ଜିତିବାର ସମ୍ଭାବନା ଥିବା ବେଳେ ୟୁପିଏ ୧୧୮ଟି ଓ ଅନ୍ୟାନ୍ୟ ଦଳ ୧୨୦ଟି ଆସନ ଜିତିବ। ସେହିପରି ବିଜେପିକୁ ସବୁଠାରୁ ଅଧିକ ଫାଇଦା ଓଡ଼ିଶାରେ ମିଳିବ ବୋଲି ଏକଜିଟ ପୋଲ କହୁଛି। ଦଳ ୨୦୧୪ରେ ମାତ୍ର ଗୋଟିଏ ଲୋକସଭା ଆସନରେ ଜିତିଥିଲା। କିନ୍ତୁ ଏଥର ଦଳ ୧୨ରୁ ୧୫ଟି ଆସନରେ ଜିତିବ ବୋଲି ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ କୁହାଯାଇଛି। ବିଜେଡି ୨୦୧୪ରେ ୨୦ଟି ଆସନ ଜିତିଥିବା ବେଳେ ଏଥର ୧୦ରୁ କମ୍‌ ଆସନ ଜିତିବ ବୋଲି କୁହାଯାଇଛି।

ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ, ଓଡ଼ିଶାରେ ବିଜେପି ସର୍ବାଧିକ ୧୫ରୁ ୧୯ଟି, ବିଜେଡି ୨ରୁ ୬ଟି ଓ କଂଗ୍ରେସ ୦ରୁ ୧ଟି ଲୋକସଭା ଆସନ ଜିତିବ ବୋଲି କୁହାଯାଇଛି।

ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ପରାସ୍ତ ହୋଇଥିଲା। କିନ୍ତୁ ଲୋକସଭା ନିର୍ବାଚନରେ ଏହି ତିନିଟି ରାଜ୍ୟରେ ବିଜେପି କ୍ଲିନ୍‌ସୁଇପ୍‌ କରିବ ବୋଲି ଏକଜିଟ୍‌ ପୋଲ ଆକଳନ କରିଛି। ମଧ୍ୟପ୍ରଦେଶରେ ବିଜେପି ୨୬ରୁ ୨୮, କଂଗ୍ରେସ ୧ରୁ ୩ ଓ ଅନ୍ୟାନ୍ୟ ଦଳ କୌଣସି ଆସନ ପାଇବେ ନାହିଁ। ସେହିପରି ରାଜସ୍ଥାନରେ ବିଜେପି ୨୨ରୁ ୨୫, କଂଗ୍ରେସ-୦ରୁ୨, ଅନ୍ୟାନ୍ୟ-୦୦ ଆସନ ଜିତିବେ। ଛତିଶଗଡ଼ର ୧୧ଟି ଆସନରୁ କଂଗ୍ରେସ ୪ଟି ଓ ବିଜେପି ୭ଟି ଆସନରେ ଜିତିବ ବୋଲି କୁହାଯାଇଛି।

ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ୩୬ଟି ଆସନ ଜିତିବାର ସମ୍ଭାବନା ଥିବା ବେଳେ କଂଗ୍ରେସ ଓ ଏନ୍‌ସିପି ମେଣ୍ଟ ୧୧ଟି ଆସନ ପାଇବେ ବୋଲି ପୋଲ ଅଫ୍‌ ପୋଲ୍ସରୁ ଜଣାପଡ଼ିଛି।

ଉତ୍ତର ପ୍ରଦେଶରେ ମାୟାବତୀ ଓ ଅଖିଲେଶଙ୍କ ବୁଆ-ଭତିଜା ଯୋଡ଼ି ବିଜେପିକୁ ରୋକିବାରେ ସମର୍ଥ ହେବେନାହିଁ ବୋଲି ଏକଜିଟ ପୋଲ କହୁଛି। ୨୦୧୪ରେ ବିଜେପି ଏଠାରେ ୭୧ଟି ଆସନ ଜିତିଥିଲା। କିନ୍ତୁ ଏକଜିଟ ପୋଲ ଅନୁଯାୟୀ ଦଳ ଏଠାରେ ୬୨ରୁ୬୮ଟି ଆସନ ଜିତିବ ବୋଲି କୁହାଯାଉଛି। ସେହିପରି ମାୟାବତୀ-ଅଖିଲେଶ ଯୋଡ଼ି ୧୦ରୁ ୧୬ ଓ କଂଗ୍ରେସ ୧ରୁ୨ଟି ଆସନ ଜିତିବାର ସମ୍ଭାବନା ରହିଛି।

ତାମିଲନାଡୁରେ ବିଜେପି କ୍ଷମତାସୀନ ଏଆଇଏଡିଏମକେ ସହ ମେଣ୍ଟ କରିଥିଲେ ହେଁ ଆଶାନୁରୂପ ପ୍ରଦର୍ଶନ କରିପାରିବ ନାହିଁ। ଏଠାରେ ବିଜେପି-ଏଡିଏମକେ ମେଣ୍ଟ ମାତ୍ର ୪ଟି ଆସନ ଓ କଂଗ୍ରେସ ଡିଏମକେ ଯୋଡ଼ି ୩୪ରୁ ୩୮ଆସନ ପାଉଥିବା ବେଳେ ଅନ୍ୟାନ୍ୟ ଦଳ କୌଣସି ଆସନରେ ଜିତିପାରିବେ ନାହିଁ।

ଆନ୍ଧ୍ରପ୍ରଦେଶରେ କ୍ଷମତାସୀନ ଟିଡିପିକୁ ଶକ୍ତ ଝଟ୍‌କା ଲାଗିବ ବୋଲି ଏକଜିଟ୍‌ ପୋଲରେ ସୂଚନା ମିଳୁଛି। ଟିଡିପି ଏଠାରେ ମାତ୍ର ୪ରୁ ୬ଟି ଆସନ ଜିତବ। ସେହିପରି ୱାଇଏସ୍‌ଆର କଂଗ୍ରେସ ୧୮ରୁ ୨୦ଟି, କଂଗ୍ରେସ ୦ରୁ ୧ ଓ ବିଜେପି ୦ରୁ ୧ଟି ଆସନ ଜିତିବାର ସମ୍ଭାବନା ରହିଛି।



from Odisha Reporter http://bit.ly/2W8e7IP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages