
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସକାଳ ସାଢେ ୮ଟା ବେଳେ ପୁରୀ ସହର ପାଖରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଫୋନି’। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଦିନ ୧୨ଟା ପର୍ଯ୍ୟନ୍ତ ଚାଲୁ ରହିବ। ଏବେ ଘଣ୍ଟାକୁ ୨୩ କିମି ବେଗରେ ଗତି କରୁଛି ‘ଫୋନି’। ଲ୍ୟାଣ୍ଡଫଲ୍ ବେଳେ ୧୭୦ରୁ ୧୮୦ କିମି ବେଗରେ ପବନ ବହିବ। ସ୍ଥଳ ବିଶେଷରେ ପବନ ବେଗ ୨ଶହ କିମି ପର୍ଯ୍ୟନ୍ତ ହୋଇପାରେ। ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ।
ସେ କହିଛନ୍ତି-“ଲ୍ୟାଣ୍ଡଫଲ୍ ପରେ ‘ଫୋନି’ ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଦେଇ ପଶ୍ଚିମବଙ୍ଗ ଆଡ଼େ ମୁହାଁଇବ। ଅଧିକାଂଶ ଜଳଭଣ୍ଡାର ଖାଲି ରହିଛି। ତେଣୁ ବନ୍ୟା ହେବାର ସମ୍ଭାବନା ନାହିଁ।”
ବର୍ତ୍ତମାନ ବାତ୍ୟା ‘ଫୋନି’ ପୁରୀଠାରୁ ୨୦୦ କିମି ଦୂରରେ ରହିଛି। ତଥାପି ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି। ଆଜି ଗୋପାଳପୁରଠାରେ ସର୍ବାଧିକ ୯୩ ମିଲିମିଟର ବର୍ଷା ହୋଇଛି। ସେହିପରି ପୁରୀରେ ୬୫, ଭୁବନେଶ୍ୱରରେ ୧୮ ମିଲିମିଟର, ପାରାଦୀପରେ ୧୨, ଚାନ୍ଦବାଲି ଓ ବାଲେଶ୍ୱରରେ ୮ ମିଲିମିଟର ବର୍ଷା ହୋଇଛି।
from Odisha Reporter http://bit.ly/2WmAM0G
No comments:
Post a Comment