ପ୍ରଣବ ମୁଖାର୍ଜୀଙ୍କୁ ଭେଟି ଆଶୀର୍ବାଦ ନେଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ପ୍ରଣବ ମୁଖାର୍ଜୀଙ୍କୁ ଭେଟି ଆଶୀର୍ବାଦ ନେଲେ ମୋଦି

ନୂଆଦିଲ୍ଲୀ: ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ନରେନ୍ଦ୍ର ମୋଦି ଆଜି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭେଟି ତାଙ୍କଠାରୁ ଆଶୀର୍ବାଦ ନେଇଛନ୍ତି। ମୋଦିଙ୍କୁ ଶ୍ରୀ ମୁଖାର୍ଜୀ ସ୍ୱାଗତ କରିବା ସହ ନିଜ ହାତରେ ତାଙ୍କୁ ମିଠା ଖୁଆଇଥିଲେ।

ଶ୍ରୀ ମୁଖାର୍ଜୀ ମିଠା ଖୁଆଉ ଥିବା ବେଳର ଫଟୋ ମୋଦି ନିଜେ ଟ୍ୱିଟ୍‌ କରିଛନ୍ତି। ସେ କହିଛନ୍ତି, “ପ୍ରଣବଦା’ଙ୍କୁ ଭେଟିବା ମୋତେ ସର୍ବଦା ଆନନ୍ଦ ଦେଇଥାଏ। ତାଙ୍କ ପାଖରେ ଥିବା ଜ୍ଞାନ ଓ ବୁଦ୍ଧି ଅତୁଳନୀୟ। ସେ ଜଣେ ଷ୍ଟେଟସ୍‌ମ୍ୟାନ୍‌ ଓ ତାଙ୍କ ଅବଦାନ ଭାରତ ସର୍ବଦା ମନେ ରଖିବ। ଆଜି ତାଙ୍କୁ ଭେଟି ଆର୍ଶୀବାଦ ନେଇଛି।”

ମୋଦି ଓ ପ୍ରଣବ ମୁଖାର୍ଜୀଙ୍କ ମଧ୍ୟରେ ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଆଲୋଚନା ହୋଇଥିଲା। ମୋଦିଙ୍କ ‘ସବ୍‌କା ସାଥ, ସବକା ବିକାଶ, ସବକା ବିଶ୍ୱାସ’ ଭିଜନ୍‌କୁ ପ୍ରଣବ ମୁଖାର୍ଜୀ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି।



from Odisha Reporter http://bit.ly/2XaYKMW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages