ବୃନ୍ଦାବନ: ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଥିବା ମଲୟ ଘଟକଙ୍କ ଭାଉଜ ଏବଂ ଝିଆରୀଙ୍କ ମୃତଦେହ ପୁଲିସ୍ ଉଦ୍ଧାର କରିଛି। ଏହି ଦୁଇଟି ଯାକ ମୃତଦେହ ପଚି ଯାଇଥିବା ଜଣାପଡ଼ିଛି। ଅର୍ଥାତ ଏମାନେ ବେଶ କିଛି ଦିନ ତଳେ ପ୍ରାଣ ହରାଇଥିଲେ ହେଁ ପୁଲିସ୍ ଶବ ଗୁଡ଼ିକ ଏବେ ଠାବ କରିଛି। ଆସନସୋଲରେ ଥିବା ମନ୍ତ୍ରୀଙ୍କ ଘର ମଧ୍ୟରୁ ହିଁ ଶବ ଗୁଡ଼ିକ ଉଦ୍ଧାର କରାଯାଇଛି।
ଆସନସୋଲର ହିନ୍ଦୁସ୍ଥାନ ପାର୍କ ନିକଟରେ ମନ୍ତ୍ରୀ ଏବଂ ତାଙ୍କ ପରିବାର ଲୋକ ରହୁଥିଲେ। ତେବେ କିଛି ଦିନ ଧରି ଏହି ଘରଟି ବନ୍ଦ ଥିଲା। କିନ୍ତୁ ଘର ମଧ୍ୟରୁ ଦୁର୍ଗନ୍ଧ ବାହାରିବାରୁ ପଡ଼ୋଶୀ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ସେଠାରେ ପହଞ୍ଚି ପଚି ଯାଇଥିବା ଅବସ୍ଥାରେ ଥିବା ମନ୍ତ୍ରୀଙ୍କ ଭାଉଜ ଜୟଶ୍ରୀ ଘାଟକ ଓ ତାଙ୍କ ଝିଅ ନୀଲମଙ୍କ ମୃତଦେହ ଠାବ କରିଥିଲା। ଜୟଶ୍ରୀ ହେଉଛନ୍ତି ମନ୍ତ୍ରୀ ଶ୍ରୀ ଘଟକଙ୍କ ବଡ଼ ଭାଇଙ୍କ ବିଧବା ପତ୍ନୀ। ପୁଲିସ୍ ଏବେ ଶକ ଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁହିଁଙ୍କର ମୃତ୍ୟୁର କାରଣ ଜଣାପଡ଼ି ନାହିଁ।
from Odisha Reporter http://bit.ly/2HI7O6N
No comments:
Post a Comment