ବିଶ୍‌କେକ୍‌ରେ ଭେଟ ହେବେ କି ମୋଦି-ଇମ୍ରାନ୍‌? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ବିଶ୍‌କେକ୍‌ରେ ଭେଟ ହେବେ କି ମୋଦି-ଇମ୍ରାନ୍‌?

ନୂଆଦିଲ୍ଲୀ: ଆସନ୍ତା ଜୁନ୍‌ ମଧ୍ୟଭାଗରେ କିର୍ଗିଜିସ୍ତାନର ରାଜଧାନୀ ବିଶ୍‌କେକ୍‌ଠାରେ ଆୟୋଜିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ)ର ବୈଠକରେ ଉଭୟ ଭାରତ ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ ଯୋଗଦେବେ। ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବ କି ନା ସେଥିନେଇ ଏଯାଏ ନିଷ୍ପତ୍ତି ହୋଇନଥିବା ଜଣାପଡ଼ିଛି।

ତେବେ ଯଦି ମଧ୍ୟ ଏହି ବୈଠକ ପାଇଁ ପ୍ରସ୍ତାବ ଆସେ, ତା’ହେଲେ ଭାରତ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଘେରିବା ନିଶ୍ଚିତ। ଭାରତ ଏବେ ମଧ୍ୟ ସେହି ପ୍ରସଙ୍ଗରେ ନିଜ ଜିଦ୍‌ରେ ଅଟଳ ଥିବାରୁ ପାକିସ୍ତାନ ଏହି ପ୍ରସଙ୍ଗରେ ବ୍ୟାକ୍‌ଫୁଟ୍‌ରେ ରହିବ। ପୂର୍ବରୁ ମଧ୍ୟ ପାକିସ୍ତାନ ଭାରତ ସହିତ ଆଲୋଚନା କରିବା ପାଇଁ ପ୍ରୟାସ କରିଥିଲେ ହେଁ ଭାରତ ପକ୍ଷରୁ ସବୁଥର କୁହାଯାଇଛି ସୀମାପାର ଆତଙ୍କବାଦ ବନ୍ଦ ନହେବା ଯାଏ ଆଲୋଚନା ହେବ ନାହିଁ। ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏର ଐତିହାସିକ ବିଜୟ ପରେ ପାକିସ୍ତାନରୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ବୈଦେଶିକ ମନ୍ତ୍ରଣାଳୟ ଏବଂ ପ୍ରଧାନମନ୍ତ୍ରୀ ମୋଦି ଏହି ଶୁଭେଚ୍ଛା ପାଇଁ ପାକିସ୍ତାନକୁ ଧନ୍ୟବାଦ ଜଣାଇଛନ୍ତି। ତେଣୁ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି।

ଇମ୍ରାନ୍‌ ମୋଦିଙ୍କୁ ଶୁଭେଚ୍ଛ ଜଣାଇ କହିଥିଲେ, “ମୁଁ ବିଜେପି ଏବଂ ମେଣ୍ଟ ଦଳର ନିର୍ବାଚନୀ ବିଜୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଉଛି। ତାଙ୍କ ସହ ମିଶି ଦକ୍ଷିଣ ଏସିଆରେ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ଦିଗରେ କାର୍ଯ୍ୟ କରିବା ପାଇଁ ଆମେ ଇଚ୍ଛୁକ।”



from Odisha Reporter http://bit.ly/2MaEvxO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages