
ଜୟପୁର, ରାଜସ୍ଥାନ: ନିକଟରେ ରାଜସ୍ଥାନରେ ହୋଇଥିବା ବହୁ ଚର୍ଚ୍ଚିତ ଅଲଓ୍ୱର ଗଣଦୁଷ୍କର୍ମର ଶିକାର ପୀଡ଼ିତାଙ୍କୁ ଆଜି ଭେଟିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏଭଳି ଘଟଣା ତାଙ୍କ ପାଇଁ ରାଜନୀତିକ ମୁଦ୍ଦା ନୁହେଁ। ପୀଡିତା କିଭଳି ନ୍ୟାୟ ପାଇବେ ସେ ନେଇ ରାଜସ୍ଥାନ ସରକାର ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ କହିଛନ୍ତି।
ପୀଡିତାଙ୍କ ପରିବାରକୁ ସାକ୍ଷାତକାର କରିବା ସମୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମଧ୍ୟ ରାହୁଲ ଗାନ୍ଧିଙ୍କ ସହ ଉପସ୍ଥିତ ଥିଲେ। ଏହି ଘଟଣା ବାବଦରେ ସେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ସଙ୍ଗେସଙ୍ଗେ କଥା ହୋଇଥିଲେ ବୋଲି ରାହୁଲ କହିଥିଲେ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଏପ୍ରିଲ ୨୬ରରେ ଅଲବର ଜିଲା ଥାନାଗାଜି ଅଞ୍ଚଳରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହ ମୋଟର ସାଇକେଲରେ ଲଲଓ୍ୱାଡି ନାମକ ଏକ ଜାଗାକୁ ଯାଉଥିଲେ। ସେହି ସମୟରେ ୫ଜଣ ଦୁର୍ବୃତ ଆସି ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଅନ୍ୟ ଜଣେ ଦୁର୍ବୃତ ଦୁଷ୍କର୍ମର ଭିଡ଼ିଓ ରେକର୍ଡିଂ କରି ସୋଶାଲ ମିଡିଆରେ ଭାଇରାଲ କରିଥିଲା। ଏହି ସମୟରେ ମହିଳାଙ୍କ ସ୍ୱାମୀଙ୍କୁ ଗଛରେ ବାନ୍ଧି ଦେଇଥିଲେ ୬ ଦୁର୍ବୃତ୍ତ।
ଏହାପରେ ଦୁର୍ବୃତ ମାନେ ପୀଡିତା ଓ ତାଙ୍କ ସ୍ୱାମୀକୁ ପୁଲିସରେ ଅଭିଯୋଗ କରିବାକୁ ମନା କରିବା ସହ ଧମକ ଦେଇଥିଲେ। ଏହାପରେ ରେକର୍ଡ଼ିଂ ହୋଇଥିବା ଦୁଷ୍କର୍ମର ଭିଡିଓକୁ ପୀଡିତାଙ୍କୁ ଦେଖାଇ ଟଙ୍କା ଦାବି କରିଥିଲେ ଦୁର୍ବୃତ। ଶେଷରେ ମେ ୨ ତାରିଖରେ ପୀଡିତା ଓ ତାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଥିଲେ।
ପ୍ରଥମେ ଏହି ଘଟଣାରେ ପୁଲିସ ଏତଲା ଗ୍ରହଣ କରିବାରେ ବିଳମ୍ବ କରିଥିବାରୁ ଏହାକୁ ନେଇ ରାଜସ୍ଥାନ ସରକାର ଓ ପୁଲିସ କଡା ସମାଲୋଚନାର ଶିକାର ହୋଇଥିଲା। ଏହାପରେ ୬ ଅଭିଯୁକ୍ତକୁ ଗିରଫ କରାଯାଇଥିବା ରାଜସ୍ଥାନ ଡିଜିପି କପିଲ ଗର୍ଗ ଗଣମାଧ୍ୟମକୁ ସୂଚନା ଦେଇଥିଲେ।
from Odisha Reporter http://bit.ly/2VG2SId
No comments:
Post a Comment