ବିନା ପିଆଜ, ରସୁଣରେ ପ୍ରସ୍ତୁତ କରନ୍ତୁ ‘ସାହି ପୋଟଳ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ବିନା ପିଆଜ, ରସୁଣରେ ପ୍ରସ୍ତୁତ କରନ୍ତୁ ‘ସାହି ପୋଟଳ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ପୋଟଳର ସିଜିନ୍ ଚାଲିଛି। ଆମେ ପୋଟଳରେ ବିଭିନ୍ନ ପ୍ରକାର ତରକାରି କରି ଖାଇବାକୁ ପସନ୍ଦ କରିଥାଉ। ପୋଟଳର ସବୁ ଆଇଟମ୍ ସମସ୍ତଙ୍କୁ ପସନ୍ଦ ମଧ୍ୟ ଆସିଥାଏ। ତେବେ ବିନା ପିଆଜ ରସୁଣରେ ପୋଟଳ ତରକାରି ଭଲ ଲାଗିବ ନାହିଁ ବୋଲି ଭାବି ସବୁବେଳେ ବିଭିନ୍ନ ପ୍ରକାର ମସଲା ପକାଇ ତିଆରି କରିଥାଉ।

ଆଜି କିନ୍ତୁ ଆମେ ଆପଣଙ୍କ ବିନା ପିଆଜ ରସୁଣରେ ସାହି ପୋଟଳ ପ୍ରସ୍ତୁତ କରିବା ଶିଖାଇବୁ। ଯାହାକୁ ଥରେ ଖାଇଲେ ଆପଣଙ୍କୁ ସବୁବେଳେ ଖାଇବାକୁ ଇଚ୍ଛା ହେବ। ଏହି ସାହି ପୋଟଳ କିପରି ପ୍ରସ୍ତୁତ କରିବେ ପଢ଼ନ୍ତୁ।

ଆବଶ୍ୟକ ସାମଗ୍ରୀ

ଚୋପା ଛଡ଼ା ହୋଇଥିବା ପୋଟଳ, ଲମ୍ବା କଟା ହୋଇଥିବା ଆଳୁ, ସୋରିଷ ତେଲ, ଟମାଟୋ, ଅଦା, କ୍ଷୀର, କାଜୁ, କଞ୍ଚା ଲଙ୍କା, ତେଜପତ୍ର, ଡାଲ୍‌ଚିନି, ଲବଙ୍ଗ, ଗୁଜୁରାତି ଏବଂ ଗୋଟା ଜିରା, ପାଣି, ଲୁଣ, ଚିନି, ଗରମ ମସଲା ଏବଂ କଟା ଧନିଆ ପତ୍ର।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥରେ ଗ୍ୟାସ୍‌ରେ ଏକ କଡ଼େଇ ବସାଇ ସେଥିରେ ସୋରିଷ ତେଲ ଗରମ କରନ୍ତୁ। ଏହାପରେ ଚୋପା ଛଡ଼ା ହୋଇଥିବା ଗୋଟା ପୋଟଳ ଏବଂ ଆଳୁ ପକାଇ ଭାଜନ୍ତୁ। ଆଳୁ ଏବଂ ପୋଟଳ ସିଝିକି ଭାଜି ହେଲା ପରେ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

ଏବେ ଏହାର ଗ୍ରେଭି ତିଆରି କରିବା ପାଇଁ ଟମାଟୋ, ଅଦା ଏବଂ କଞ୍ଚା ଲଙ୍କା ନେଇ ଗ୍ରାଇଣ୍ଡରେ ପେଷ୍ଟ ତିଆରି କରନ୍ତୁ। ଏହା ପରେ କ୍ଷୀର ଓ କାଜୁକୁ ମଧ୍ୟ ଅଲଗା ଗ୍ରାଇଣ୍ଡ କରି ଏକ ପାତ୍ରରେ ରଖନ୍ତୁ।

ଏହାପରେ କଡେଇରେ ତେଲ ଗରମ କରି ତେଜପତ୍ର, ଡାଲ୍‌ଚିନି, ଲବଙ୍ଗ, ଗୁଜୁରାତି ଏବଂ ଗୋଟା ଜିରା ପକାନ୍ତୁ। ଏହା ପରେ ସେଥିରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଅଦା ଟମାଟୋ ଏବଂ କଞ୍ଚା ଲଙ୍କା ପେଷ୍ଟକୁ ପକାନ୍ତୁ। ଏହାକୁ ଏବେ ଭଲରେ କଷାଇ ଦିଅନ୍ତୁ। ଏହା ପରେ ପୂର୍ବରୁ ତିଆରି ହୋଇଥିବା କାଜୁ ପେଷ୍ଟକୁ ପକାନ୍ତୁ। ସେଥିରେ ହଳଦୀ ଗୁଣ୍ଡ, ଧନିଆ ପାଉଡର୍‌, ଲଙ୍କା ଗୁଣ୍ଡ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ଏହି ସମୟରେ ଗ୍ୟାସ୍‌ ଧିମା ରଖିବେ।

ଏହି ସବୁ ମସଲା ଭଲରେ କଷାଇ ହେଲା ପରେ ସେଥିରେ ପାଣି ଏବଂ ସ୍ୱାଦ ଅନୁସାରେ ଲୁଣ ଏବଂ ଅଳ୍ପ ଚିନି ପକାଇ ଭଲରେ ମିଶାଇ ଫୁଟିବାକୁ ଦିଅନ୍ତୁ। ଏହା ପରେ ପୂର୍ବରୁ ଭଜା ହୋଇଥିବା ପୋଟଳ, ଆଳୁକୁ ପକାଇ ଭୁଟିବାକୁ ଛାଡ଼ି ଦିଅନ୍ତୁ। ଝୋଳ ଯେପରି ଅଧିକ ରହିବ ନାହିଁ। ଗ୍ରେଭି ହେଲା ପରି ଆପଣ ପାଣି ଦେବେ।

ଶେଷକୁ ସେଥିରେ ଗରମ ମସଲା ଏବଂ କଟା ଧନିଆ ପତ୍ର ପକାଇ ଗ୍ୟାସ୍‌ ବନ୍ଦ କରି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯିବ ସାହି ପୋଟଳ। ଏହାକୁ ଆପଣ ଫାଏଡ୍‌ ରାଇସ୍‌ ବା ରୁଟିରେ ଖାଇଲେ ଭଲ ଲାଗିବ।



from Odisha Reporter http://bit.ly/2Hl2sOt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages