
ରାଇରଙ୍ଗପୁର (ରାଜେଶ ଶର୍ମା): ପୁଅର କାଠ ଫାଳିଆ ମାଡ଼ରେ ଚାଲିଗଲା ମାଆର ଜୀବନ। ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଧଳପୁର ଗାଁରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ଅଭିଯୁକ ପୁଅକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପୂରା ଘଟଣାଟି ଏମିତି। ତିନିଦିନ ତଳେ ବଳଦ କିଣାକୁ ନେଇ କୁନ୍ତି ଅଲଡ଼ା (୫୭) ଓ ତାଙ୍କ ପୁଅ ଜେରେଇ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। କଥା କଟାକଟି ଚାଲିଥିବା ବେଳେ ଜେରେଇ ଉତ୍କ୍ଷିପ୍ତ ହୋଇ ଏକ କାଠ ଫାଳିଆରେ କୁନ୍ତିଙ୍କୁ ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତେବେ ଜେରେଇ କିମ୍ୱା ତାଙ୍କ ପତ୍ନୀ କୁନ୍ତିଙ୍କୁ ଡାକ୍ତରଖାନା ନେଇ ନଥିଲେ।
ଯନ୍ତ୍ରଣାରେ ଛଟପଟ ହୋଇ ସେ ଘରେ ପ୍ରାଣ ହରାଇଥିଲେ। ଏହା ପରେ ଜେରେଇ ତାଙ୍କ ମୃତଦେହକୁ ଘରେ ଲୁଚାଇ ରଖିଥିଲା। ତେବେ ଗାଁ ଲୋକଙ୍କର ସନ୍ଦେହ ହେବାରୁ ଆଜି ସେମାନେ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ୍ ଏକ ମାମଲା ରୁଜୁ କରି ଘର ଭିତରୁ କୁନ୍ତିଙ୍କ ମୃତଦେହ ଜବତ କରିଛି। ଅଭିଯୁକ୍ତ ଜେରେଇକୁ ମଧ୍ୟ ଗିରଫ କରିଛି।
from Odisha Reporter http://bit.ly/2H7b2jQ
No comments:
Post a Comment