ଓଡ଼ିଶାରେ ବାତ୍ୟା ହୋଇନାହିଁ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ଓଡ଼ିଶାରେ ବାତ୍ୟା ହୋଇନାହିଁ !

ଭୁବନେଶ୍ୱର (ଓଡ଼ିଶାରିପୋର୍ଟର): ଓଡ଼ିଶାରୁ ଏଇ ମାତ୍ର ଚାଲି ଯାଇଛି ବାତ୍ୟା ଫୋନି। ଏଠି ଏତେ ମାତ୍ରାରେ କ୍ଷୟକ୍ଷତି କରି ଯାଇଛି ଯେ, ଲୋକେ ନିଜ ଘରଟିକୁ ମଧ୍ୟ ଚିହ୍ନି ପାରୁନାହାନ୍ତି। ସରକାରୀ ଆକଳନ ଅନୁସାରେ ଏଠି ୩୫ରୁ ଅଧିକ ପ୍ରାଣହାନୀ ହୋଇଥିବା ବେଳେ ବେସରକାରୀ ହିସାବରେ ଏହା ୪୦ ଟପିଛି। ଜିରୋ କାଜୁଆଲିଟିକୁ ନେଇ ବାତ୍ୟା ପୂର୍ବରୁ ଯେତେ ଯାହା ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ପ୍ରାଣହାନିକୁ ରୋକାଯାଇ ପାରିନାହିଁ। ବାତ୍ୟାର ୬ ଦିନ ବିତି ଯାଇଥିଲେ ବି ରାଜ୍ୟ ରାଜଧାନୀ ଏଠି ଅନ୍ଧାର ଘେରରେ ରହିଛି। କେଉଁଠି ମୁନ୍ଦେ ପାଣି ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି ତ ଆଉ କେଉଁଠି ରିଲିଫ୍ ଖାଇ ବଞ୍ଚିଛନ୍ତି।

କୁହାଯାଉଛି କାଳେ ଏହି ବାତ୍ୟା ଫୋନି 1999 ମସିହା ମହାବାତ୍ୟା ପରେ ପ୍ରଥମ ବଡ଼ଧରଣର ବାତ୍ୟା। ଯାହାକି ଗୋଟିଏ ଦିନରେ ତାଣ୍ଡବ ରଚିଦେଇ ଚାଲିଗଲା। ଏଠି ରାଜ୍ୟରେ ଆଞ୍ଚଳିକ ଗଣାମଧ୍ୟମ ଗୁଡ଼ିକ ନିଜ ପାରୁପର୍ଯ୍ୟନ୍ତ ବାତ୍ୟା ଫୋନିକୁ ନେଇ ଖବର ପ୍ରସାରଣ କରିଛନ୍ତି। ପ୍ରତିନିଧିମାନେ ଦିନରାତି ଅହର୍ନିଶି ବାତ୍ୟା ସମ୍ପର୍କିତ ଖବର ପରିବେଷଣ କରିବାରେ ନିଜକୁ ନିୟୋଜିତ କରିଛନ୍ତି। ହେଲେ ସବୁଠାରୁ ଦୁଃଖର କଥା ହେଲା, ଏତେ ବଡ଼ ଘଟଣାଟି ଜାତୀୟ ଗଣମଧ୍ୟମରେ ସେତିକ ସ୍ଥାନ ପାଇଲା ନାହିଁ, ପ୍ରକୃତରେ ଏହା ଯେତିକି ପାଇବା କଥା। ମୂଳରୁ ସ୍ଥାନ ପାଇ ନାହିଁ କହିଲେ ବି ଭୁଲ୍ ହେବ ନାହିଁ।

ଖାଲି ସେତିକି ନୁହେଁ, ଦୁର୍ଭାଗ୍ୟର କଥା ହେଲା ଫୋନି ପୁରୀରେ ସ୍ଥଳଭାଗ ଛୁଇଁ ସ୍ଥାନୀୟ ଅଞ୍ଚଳରେ ପରିସ୍ଥିତି ଅଣାୟତ କରିଦେଇଥିବା ବେଳେ, କେତୋଟି ଜାତୀୟ ଗଣମାଧ୍ୟମରେ ଓଡ଼ିଶାର ନାଁ ମଧ୍ୟ ଉଲ୍ଲେଖ କରାଯାଇ ନାହିଁ। ବାହାର ରାଜ୍ୟର ଲୋକେ ଜାଣି ପାରିଲେ ନାହିଁ ଯେ, ପ୍ରକୃତରେ ବାତ୍ୟାଟି ଓଡ଼ିଶାକୁ ବ୍ୟାପକ କ୍ଷତି ପହଞ୍ଚାଇଛି ବୋଲି।

ଏହାକୁ ନେଇ ଶୋସାଲ୍ ମିଡିଆରେ ତୀବ୍ର ନିନ୍ଦା କରାଯାଇଛି। ଅନେକ କହିଛନ୍ତି ଯେ, ଜାତୀୟ ଗଣମାଧ୍ୟମରେ ଓଡ଼ିଶାର ଏଭଳି ଦୁସ୍ଥିତିରେ ଅଣଦେଖା କରିବା ଜମା ଶୁଭଙ୍କର ନୁହେଁ। ଏକ ନିର୍ଦ୍ଦିଷ୍ଟ ଜାତୀୟସ୍ତରର ଖବରକାଗଜରେ କାଳେ ଲେଖାଯାଇଛି, ଫୋନି ପଶ୍ଚିମବଙ୍ଗରେ ସ୍ଥଳ ଭାଗ ଛୁଇଁଛି। ଏହାର ପ୍ରଭାବ କେରଳ ଓ ପଶ୍ଚିମବଙ୍ଗରେ ହିଁ ପଡ଼ିଛି।

ପ୍ରକୃତରେ ଜାତୀୟ ଗଣମାଧ୍ୟମ ଗୁଡ଼ିକର ଏଭଳି ଦାୟିତ୍ୱଶୂନ୍ୟ ଆଚରଣ କେବଳ ଦୁଃଖଦ ଖବରଟିଏ ମାତ୍ର ନଚେତ ଓଡ଼ିଶାର ସୁଖ ଦୁଃଖର ସାଥୀ ନୁହେଁ ବୋଲି କୁହାଯାଇ ପାରେ।



from Odisha Reporter http://bit.ly/2YewRUc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages