
ଭୁବନେଶ୍ଵର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଜଣାଶୁଣା ଗହଣା ବ୍ରାଣ୍ଡ୍ ଖିମଜୀ ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ୨୧ ଲକ୍ଷ ଟଙ୍କା ପ୍ରଦାନ କରିଛି। ଆଜି ଖିମଜୀ ଗ୍ରୁପର ନିର୍ଦ୍ଦେଶକ ମିତେଶ ଖିମଜୀ ଏବଂ ସୁମିତ ଖିମଜୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୨୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି।
ଗତ ୩ ତାରିଖରେ ଓଡ଼ିଶାରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ଫୋନି ଦ୍ଵାରା ପୁରୀ, ଖୋର୍ଦ୍ଧା, କଟକ ଆଦି ଜିଲ୍ଲାଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେଠାକାର ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ଖିମଜୀ ଗ୍ରୁପର ଏହା ଏକ ଛୋଟିଆ ପ୍ରୟସ ବୋଲି ମିତେଶ ଖିମଜୀ କହିଛନ୍ତି। ସେହିପରି ଖିମଜୀ ଗ୍ରୁପର ଏହି ବଦାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି।
from Odisha Reporter http://bit.ly/2W3B5k8
No comments:
Post a Comment