ଫୋନି ଦୋହଲାଇ ଦେଲା ପର୍ଯ୍ୟଟନ ଭିତ୍ତିଭୂମି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ଫୋନି ଦୋହଲାଇ ଦେଲା ପର୍ଯ୍ୟଟନ ଭିତ୍ତିଭୂମି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ କେବଳ ଦେଶ ନୁହେଁ ବିଦେଶରେ ବି ନିଜର ସ୍ୱତନ୍ତ୍ରତା ଜାହିର କରିଛି । କିନ୍ତୁ ସାମୁଦ୍ରିକ ଝଡ଼ ଫୋନି ଦୋହଲାଇ ଦେଇଛି ପର୍ଯ୍ୟଟନ ଭିତ୍ତିଭୂମି । ସିନିକ୍, ସିରିନ୍ ଓ ସବ୍‌ଲାଇମ୍ ବଦଳରେ ବଢ଼ି, ମରୁଡ଼ି, ବାତ୍ୟା ଏବେ ଓଡ଼ିଶା ପର୍ଯ୍ୟଟନ ପାଇଁ ସତେ ଯେପରି ନୂଆ ଟ୍ୟାଗ୍ ଲାଇନ୍ ପାଲଟିଛି। ଏଭଳି ସ୍ଥିତିରେ ପୁଣି ସ୍ଥିତି ସ୍ୱଭାବିକ୍‌ କରିବାକୁ ହୋଟେଲ ଗୁଡ଼ିକୁ ୨/୩ ମାସ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି ।

ସେପଟେ ଟୁର୍ ଅପରେଟର କିନ୍ତୁ, ଓଡ଼ିଶାର ସ୍ଥିତିକୁ ନେଇ ପୁରା ଚିନ୍ତାଗ୍ରସ୍ତ ଅଛନ୍ତି। ମେ’ ମାସରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଶେଷ ହୋଇଥିବା ବେଳେ ଏହି ସମୟରେ ହିଁ ଅଧିକାଂଶ ଲୋକେ ବାହାରକୁ ବୁଲିବାକୁ ଯାଇ ଥାଆନ୍ତି । କିନ୍ତୁ, ଫୋନି ବିଗାଡ଼ି ଦେଇଛି ସବୁ ଯୋଜନା । ସିଧା ପ୍ରଭାବ ପଡ଼ିଛି ଟୁର୍ ଅପରେଟରଙ୍କ ଉପରେ। ମେ/ଜୁନ୍ ମାସରେ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ସାଧାରଣତଃ କମ୍ ଥାଏ । ସେଥିଲାଗି ଏଠିକାର ପର୍ଯ୍ୟଟକଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଏଭଳି ସ୍ଥିତିରେ ଏଠିକାର ପର୍ଯ୍ୟଟକ ନିଜର ବୁକିଂ କ୍ୟାନ୍ସଲ୍ କରି ସାରିଲେଣି।

ନିୟମିତ ବ୍ୟବଧାନରେ ଓଡ଼ିଶାରେ କିଛି ନା କିଛି ପ୍ରାକୃତିକ ବିପର୍ଯ୍ୟୟ ହେଉ ଥିବାରୁ ଏହାର କୁ-ପ୍ରଭାବ ପର୍ଯ୍ୟଟନ ଶିଳ୍ପ ଉପରେ ସିଧାସଳଖ ପଡୁଛି ବୋଲି ମତବ୍ୟକ୍ତ କରିଛନ୍ତି ଟୁର୍ ଅପରେଟର୍ସ । ଅନ୍ତର୍ଜାତୀୟ ବିମାନ, ଦେଶ ବିଦେଶରେ ରୋଡ୍ ଶୋ’ ପରେ ୨୦୧୮ ମସିହାରେ ଓଡ଼ିଶାକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା। ମାତ୍ର ୨୦୧୯ ଆରମ୍ଭରୁ ହିଁ ଫୋନିର ତାଣ୍ଡବ ଟୁର୍ ଅପରେଟର୍ସଙ୍କ ବ୍ୟବସାୟରେ କୋରଡ଼ା ମାଡ଼ ମାରିଛି। ପୁଣି କିଭଳି ପର୍ଯ୍ୟଟକଙ୍କୁ ଓଡ଼ିଶା ଆଡ଼କୁ ଆତ୍କୃଷ୍ଟ କରାଯିବ, ତାହା ବର୍ତ୍ତମାନ ସମସ୍ତଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ ।



from Odisha Reporter http://bit.ly/2LIN9DF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages