
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅତି ଭୟଙ୍କର ଗତିରେ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫୋନି।’ ପୁରୀ ଠାରୁ ଏହା ୩୬୦ କିଲୋମିଟର ଦୂରରେ ରହିଛି। ଏହା ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ଓଡ଼ିଶା ଉପକୂଳକୁ ଅଗ୍ରସର ହେଉଛି। ଆସନ୍ତାକାଲି ସକାଳ ୧୦ଟାରୁ ୧୨ଟା ମଧ୍ୟରେ ଯେକୌଣସି ମୁହୂର୍ତ୍ତରେ ଏହା ସ୍ଥଳଭାଗ ଛୁଇଁବ। ପୁରୀ ପାଖାପାଖି ଅଞ୍ଚଳରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଉଛି।
‘ଫୋନି’କୁ ନେଇ ବଜାରରେ ଆଳୁ ଓ ଟମାଟୋ ଦର ବୃଦ୍ଧି ହୋଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ଓ କଟକରେ ଆଳୁ ଦର ବଢ଼ିଥିବା ନେଇ ସୂଚନା ମିଳୁଥିବା ବେଳେ ବାଲୁଗାଁରେ ମଧ୍ୟରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ବ୍ୟବସାୟୀମାନେ ଆଳୁ କିଲୋ ପିଛା ୨୫ ଟଙ୍କା ଓ ଟମାଟୋ କିଲୋ ପିଛା ୪୦ ଟଙ୍କାରେ ବିକ୍ରି କରୁଥିବା କହିଛନ୍ତି ଗ୍ରାହକ। ବଜାରରେ ପରିବା ଦର ବଢୁଥିବାରୁ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଷ୍ଟକ୍ ନଥିବାରୁ ପରିବା ଦର ବଢ଼ିଥିବା କହିଛନ୍ତି ବ୍ୟବସାୟୀ।
from Odisha Reporter http://bit.ly/2Whmcri
No comments:
Post a Comment