ଇସ୍ତଫା କଥା କହି ମମତା ଡ୍ରାମା କରୁଛନ୍ତି: ମୁକୁଲ ରୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

ଇସ୍ତଫା କଥା କହି ମମତା ଡ୍ରାମା କରୁଛନ୍ତି: ମୁକୁଲ ରୟ

କୋଲକାତା: “ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା କଥା ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ନାଟକ। ନିର୍ବାଚନ କମିଶନ ଆଚରଣ ବିଧି ଲାଗୁ ରହିଥିବାରୁ ସେ କ୍ଷମତାହୀନ ହୋଇଯାଇଥିଲେ। ତେଣୁ ସେ ଲୋକଙ୍କ ଆଗରେ ନିଜ ଇସ୍ତଫା ଦେବା କଥା କହି ଅନୁକମ୍ପା ସାଉଁଟିବାକୁ ଚେଷ୍ଟା କରୁଛନ୍ତି।” ପଶ୍ଚିମବଙ୍ଗ ବିଜେପି ନେତା ମୁକୁଲ ରୟ ଆଜି ସାମ୍ୱାଦିକ ସମ୍ମିଳନୀ କରି ଏହା କହିଛନ୍ତି।

ମମତା କେବେ ଇସ୍ତଫା ଦେବେ ନାହିଁ, କାରଣ ସେ କ୍ଷମତାର ସ୍ୱାଦ ଚାଖିସାରିଛନ୍ତି। ବିନା କ୍ଷମତାରେ ସେ ରହିପାରିବେନି ବୋଲି କହି ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋଙ୍କ ଉପରେ ଜୋରଦାର ବର୍ଷିଛନ୍ତି ଏକଦା ମମତାଙ୍କର ନିକଟତମ ସହଯୋଗୀ ଥିବା ଏହି ନେତା।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରେ ମମତା ବାନାର୍ଜୀ ଗତକାଲି ତାଙ୍କର ପ୍ରଥମ ସାମ୍ୱାଦିକ ସମ୍ମିଳନୀ କରିଥିଲେ। ଲୋକସଭା ନିର୍ବାଚନରେ ବିଜେପିର ଅଭୂତପୂର୍ବ ବିଜୟରେ ରୋକ ଲଗାଇବାରେ ବିଫଳ ହେବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ବୋଲି କହିଥିଲେ। ତେବେ ଦଳ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିନଥିବା ମମତା କହିଥିଲେ।

ପଶ୍ଚିମବଙ୍ଗରେ ୪୨ ଲୋକସଭା ଆସନରୁ ବିଜେପି ୧୮ଟି ଲୋକସଭା ଆସନରେ ବିଜୟୀ ହୋଇଥିବା ବେଳେ ଟିଏମସି ୨୨ଟି ଏବଂ କଂଗ୍ରେସ ୨ଟି ଆସନ ଜିତିଛି ।


from Odisha Reporter http://bit.ly/30JKHjs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages