କାହିଁକି କ୍ରମାଗତ ଜିତୁଛି ବିଜେଡି? ନବୀନ ଖୋଲିଲେ ରହସ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

କାହିଁକି କ୍ରମାଗତ ଜିତୁଛି ବିଜେଡି? ନବୀନ ଖୋଲିଲେ ରହସ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରତ୍ୟେକ ନିର୍ବାଚନରେ ବିଜେଡି କାହିଁକି କ୍ରମାଗତ ବିଜୟୀ ହେଉଛି, ଆଜି ତା’ର ରହସ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମସ୍ତଙ୍କ ଆଗରେ ଖୋଲିଛନ୍ତି। ଦଳ ଜିତିବା ପଛର ମୂଳ ସିକ୍ରେଟକୁ ସେ ନିଜର ବିଧାୟକମାନଙ୍କ ସହ ଶେୟାର ମଧ୍ୟ କରିଛନ୍ତି। ଆଜି ତାଙ୍କୁ ବିଧାୟକ ଦଳ ନେତା ଭାବେ ମନୋନୀତ କରାଯିବାପରେ ନିଜ ଦଳର ନବନିର୍ବାଚିତ ବିଧାୟକମାନଙ୍କୁ ଟିପସ ଦେଇ ନବୀନ କହିଥିଲେ ଯେ, ବିଜେଡି କ୍ରମାଗତ ସଫଳତା ହାସଲ କରିବା ପଛରେ କ’ଣ ରହସ୍ୟ ରହିଛି ବୋଲି ଲୋକମାନେ ତାଙ୍କୁ ଅନେକ ସମୟରେ ପ୍ରଶ୍ନ କରନ୍ତି। ସେମାନଙ୍କୁ ସେ ଦୁଇଟି ମୂଳ କଥା କୁହନ୍ତି। ଗୋଟିଏ ହେଉଛି “ଲୋକଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କର ଓ ଅନ୍ୟଟି ଲୋକଙ୍କ ପାଇଁ କାମ କର।” ଯଦି ଆମେ ଲୋକ ଓ ସେମାନଙ୍କ କଲ୍ୟାଣକୁ ଆଗରେ ରଖି କାମ କରିବା, ତା’ହେଲେ ରାଜନୀତି ଜଟିଳ ଲାଗିବ ନାହିଁ। ସବୁବେଳେ ସରଳ ଜୀବନ ଯାପନ କରିବା ପାଇଁ ସେ ବିଧାୟକମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ଯଦି ତୁମେ ସାଦାସିଧା ରହିବ ଲୋକମାନେ ତୁମର ନିକଟତର ହେବେ।

ସେ ପ୍ରଥମଥର ବିଜୟୀ ହୋଇଥିବା ବିଧାୟକମାନଙ୍କୁ ସ୍ୱାଗତ କରିବା ସହ କଠିନ ପରିଶ୍ରମ ଓ ବିକାଶ କ୍ଷେତ୍ରରେ ଓଡ଼ିଶାକୁ ପରବର୍ତ୍ତୀ ସୋପାନରେ ପହଞ୍ଚାଇବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ କରିଥିଲେ।

ସୂଚନାଯୋଗ୍ୟ, ବିଜେଡି ବିଧାୟକ ଦଳ ବୈଠକରେ ନବୀନ ପଟ୍ଟନାୟକଙ୍କୁ ବିଧାୟକ ଦଳ ନେତା ଭାବେ ମନୋନୀତ କରିବା ପାଇଁ ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ ପ୍ରସ୍ତାବ ଦେଇଥିଲେ, ଯାହାକୁ ଦଳର ୯ଜଣ ମହିଳା ବିଧାୟକ ସମର୍ଥନ କରିଥିଲେ। ଏହାପରେ ନବୀନ ରାଜଭବନ ଯାଇ ତାଙ୍କ ନେତୃତ୍ୱରେ ରାଜ୍ୟରେ କ୍ରମାଗତ ପଞ୍ଚମଥର ସରକାର ଗଠନ ନିମନ୍ତେ ଦାବି ଉପସ୍ଥାପନ କରିଥିଲେ।



from Odisha Reporter http://bit.ly/2X33XXa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages