ନୂଆଦିଲ୍ଲୀ : ଆସନ୍ତାକାଲି ମୋଦି ସରକାର ଦ୍ୱିତୀୟ ଇନିଂସ ଆରମ୍ଭ ହେବାକୁ ଯାଉଛି। ବିଜେପି ସଭାପତି ଅମିତ ଶାହ ମୋଦିଙ୍କ କ୍ୟାବିନେଟରେ ସାମିଲ ହେବେ ବୋଲି ଜଣାପଡ଼ିଛି। ଯଦି ଏହା ହୁଏ ତାହେଲେ ବିଜେପିର ଗୋଟିଏ ପଦ, ଜଣେ ବ୍ୟକ୍ତି ନିୟମ ଅନୁଯାୟୀ ଅମିତ ଶାହଙ୍କୁ ଦଳୀୟ ପଦବୀ ଛାଡ଼ିବାକୁ ହେବ ବୋଲି ଜଣାପଡ଼ିଛି। ଦେଶର ଏହି ସର୍ବବୃହତ ଦଳର ଏବେ କିଏ ମୁଖିଆ ହେବ, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ପ୍ରଥମେ ବିଜେପି ସଭାପତି ରେସରେ ଧର୍ମେନ୍ଦ୍ର ପ୍ରଧାନ ଓ ଜେ.ପି ନଡ୍ଡାଙ୍କ ନାମ ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ଜେ.ପି ନଡ୍ଡା ଅମିତ ଶାହଙ୍କ ଉତ୍ତରାଧିକାରୀ ହେବେ ବୋଲି ଔପଚାରିକ ଭାବରେ ସ୍ପଷ୍ଟ ହୋଇଥିବା ସୂଚନା ରହିଛି।
ନୂଆ ସରକାର ତାଙ୍କର ପ୍ରଥମ ବଜେଟ୍ ଜୁଲାଇ ୧୦ ରେ ସଂସଦରେ ଆଣିବେ ବୋଲି ଜଣାପଡ଼ିଛି। ଏହା ପରେ ଚଳିତବର୍ଷ ସେପ୍ଟେମ୍ୱର ମାସରେ ହରିଆଣାରେ , ମହାରାଷ୍ଟ୍ର ଏବଂ ଝାରଖଣ୍ଡରେ ନିର୍ବାଚନ ରହିଛି। ତେଣୁ ଏହି ସମୟରେ ଜେ.ପି ନଡ୍ଡା ବିଜେପିର ମଙ୍ଗ ଧରିପାରନ୍ତି ବୋଲି କୁହାଯାଉଛି। ଏହି ସମୟରେ ରାଷ୍ଟ୍ରପତି ଶାସନ ଜାରି ରହିଥିବା ରାଜ୍ୟ ଜମ୍ମୁ କଶ୍ମୀରରେ ମଧ୍ୟ ନିର୍ବାଚନ ହୋଇପାରେ। ଏହାପରେ ଆସନ୍ତା ବର୍ଷ ଫେବୃଆରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନ ରହିଛି। ଯାହାକି ବିଜେପିର ନୂଆ ଉତ୍ତରାଧିକାରୀଙ୍କ ପାଇଁ ଏକ ଶକ୍ତ ଚ୍ୟାଲେଞ୍ଜ ହେବ।
ନଡ୍ଡା ବିଜେପି ସଂସଦୀୟ ଦଳର ନେତା ଅଛନ୍ତି। ଅମିତ ଶାହଙ୍କ ସହିତ ସେ କାମ କରିଥିବାରୁ ଦଳ ଅଧ୍ୟକ୍ଷ ପଦ ପାଇଁ ନଡ୍ଡାଙ୍କ ନାମ ସୁପାରିସ କରିବ ବୋଲି ଜଣାପଡ଼ିଛି। ହିମାଚଳ ପ୍ରଦେଶର ଏହି ନେତା ବିଧାନସଭାକୁ ତିନି ଥର ଏବଂ ୨୦୧୪ରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ମୋଦି ସରକାରର ପ୍ରଥମ ପାଳିରେ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ। ଚଳିତ ନିର୍ବାଚନରେ ଉତ୍ତର ପ୍ରଦେଶ ଲୋକସଭା ଆସନ ଦାୟିତ୍ୱରେ ଥଲେ ଜେପି ନଡ୍ଡା। ୟୁପିର ୮୦ ଲୋକସଭା ଆସନରୁ ନଡ୍ଡାଙ୍କ ନେତୃତ୍ୱରେ ଦଳ ୬୨ଟି ଆସନ ଜିତିଛି ବିଜେପି।
from Odisha Reporter http://bit.ly/2XcRMqL
No comments:
Post a Comment