ଏହି ଭେଟେରାନ୍ ସ୍ପିନର୍ ନେଲେ ବିଶ୍ୱକପର ପ୍ରଥମ ୱିକେଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ଏହି ଭେଟେରାନ୍ ସ୍ପିନର୍ ନେଲେ ବିଶ୍ୱକପର ପ୍ରଥମ ୱିକେଟ୍

ଲଣ୍ଡନ୍: ବିଶ୍ୱକପର ଉଦଘାଟନୀ ମ୍ୟାଚ୍ ଆରମ୍ଭରୁ ରୋମାଞ୍ଚକର ହୋଇଛି। ଚଳିତ ବିଶ୍ୱକପର ପ୍ରଥମ ୱିକେଟ୍ ଦକ୍ଷିଣ ଆଫ୍ରିକାର ଭେଟେରାନ୍ ସ୍ପିନର ଇମ୍ରାନ୍ ତାହିରଙ୍କ ନାମରେ ରହିଛି। ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ପ୍ରଥମ ଓଭରରେ ସ୍ପିନର ତାହିରଙ୍କୁ ବୋଲିଂ କରିବାକୁ ଦେଇ ସାହସିକ ନିଷ୍ପତ୍ତି ନିଷ୍ପତ୍ତି ନେଇଛନ୍ତି।

ତାହିର୍ ସଂସ୍କରଣର ମ୍ୟାଚର ଦ୍ୱିତୀୟ ବଲରେ ହିଁ ୱିକେଟ୍ ନେଇ ଅଧିନାୟକଙ୍କ ନିଷ୍ପତ୍ତିକୁ ଯଥାର୍ଥତା ସାବ୍ୟସ୍ତ କରିଛନ୍ତି। ଇଂଲିଶ ଓପ୍ନର ଜନ୍ନି ବେୟାରଷ୍ଟୋ ତାହିରଙ୍କ ସ୍ପିନକୁ ବୁଝିନପାରି ୱିକେଟକିପର କ୍ୱିଣ୍ଟନ୍ ଡି’କକଙ୍କୁ କ୍ୟାଚ୍ ଦେଇ ବସିଥିଲେ। ଫଳରେ ବେୟାରଷ୍ଟୋଙ୍କ ବିଶ୍ୱକପ୍ ଅଭିଯାନ ଶୂନରେ ଆରମ୍ଭ ହୋଇଛି।

ୱିକେଟ୍ ନେବାରେ ତାହିର୍ ନିଜର ଚିରାଚରିତ ଷ୍ଟାଇଲରେ ଖୁସିରେ ଦୌଡ଼ିଥିଲେ। ସେହିପରି ବିଶ୍ୱକପର ପ୍ରଥମ ରନ୍ ଜେସନ୍ ରୟ ନେଇଥିବା ବେଳେ ଜୋ ରୁଟ୍ ସଂସ୍କରଣର ପ୍ରଥମ ଚୌକା ମାରିଛନ୍ତି।



from Odisha Reporter http://bit.ly/2W10gQa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages