୨୩ ପରେ ଏନ୍‌ଡିଏରେ ଯୋଗଦେବେ ନୂଆ ଦଳ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

୨୩ ପରେ ଏନ୍‌ଡିଏରେ ଯୋଗଦେବେ ନୂଆ ଦଳ!

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ଶାହ କହିଛନ୍ତି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ୩୦୦ରୁ ଊର୍ଦ୍ଧ୍ୱ ଆସନ ପାଇବ ଏବଂ ନିଜ ମେଣ୍ଟ ସହଯୋଗୀଙ୍କ ସହ ପୁଣି ସରକାର ଗଢ଼ିବ। ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିବା ଦୃଢ଼ ନିଶ୍ଚିତ ବୋଲି ସେ କହିଥିବାବେଳେ ନିର୍ବାଚନ ଫଳାଫଳ ବାହାରିବା ପରେ ମେଣ୍ଟରେ ନୂଆ ଦଳଙ୍କୁ ସ୍ୱାଗତ କରାଯିବ ବୋଲି କହିଛନ୍ତି।

ଆଜି ମୋଦି ସାମ୍ବାଦିକଙ୍କ କୌଣସି ପ୍ରଶ୍ନର ଉତ୍ତର ନ ଦେଇ କହିଥିଲେ, ଦଳର ସଭାପତି ବିଜେପିରେ ସର୍ବେସର୍ବା। ଅବଶ୍ୟ ଏହାପୂର୍ବରୁ ସେ ସାମ୍ବାଦିକଙ୍କୁ ଚଳିତ ନିର୍ବାଚନର ମୁଖ୍ୟ ପ୍ରସଙ୍ଗ, ପ୍ରଚାର, ସମ୍ଭାବ୍ୟ ଫଳାଫଳ ଏବଂ ଅନ୍ୟ ବିଷୟ ଉପରେ ନିଜର ମତ ରଖିସାରିଥିଲେ। ଶାହ ଏହି ଅବସରରେ କହିଥିଲେ ବର୍ତ୍ତମାନ ମେଣ୍ଟରେ ଥିବା ଦଳମାନଙ୍କୁ ମିଶାଇ ଏନ୍‌ଡିଏ ଆରାମରେ ୩୦୦ ଆସନ ପାଇଯିବ। ଏହା ଏକ ମେଣ୍ଟ ସରକାର ହିଁ ହେବ ବୋଲି ସେ କହିଛନ୍ତି। ନିର୍ବାଚନ ଫଳାଫଳକୁ ନେଇ ସେ କହିଥିଲେ, ଦଳ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ କର୍ଣ୍ଣାଟକାରେ ଅଧିକ ଆସନ ପାଇଁ ଆଶାବାଦୀ ରହିଛି।

ତେବେ ଅନ୍ୟ ନୂଆ ଆଞ୍ଚଳିକ ଦଳଙ୍କ ସହଯୋଗ ନେବା ବାବଦରେ ସେ କହିଥିଲେ, ଆମ ଭିଜନ ଓ ଏଜେଣ୍ଡାକୁ ଗ୍ରହଣ କରୁଥିବା ଯେକୌଣସି ଦଳକୁ ଆମେ ସ୍ୱାଗତ କରିବାକୁ ରାଜି ଅଛୁ। ବିରୋଧୀଙ୍କ ମେଣ୍ଟ ବାବଦରେ ସେ କହିଥିଲେ, ୨ ଜଣ ନେତା ଦିଲ୍ଲୀରେ ଏସି ରୁମ୍‌ରେ ବସି ମେଣ୍ଟ କରିଦେବାର ଅର୍ଥ ନୁହେଁ ଯେ ଅନ୍ୟ ଦଳମାନେ କ୍ରୀତଦାସଙ୍କ ପରି ତାଙ୍କ ପଛରେ ଚାଲିବେ।



from Odisha Reporter http://bit.ly/2w6aOmQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages