ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ

secretariatodisha

ଭୁବନେଶ୍ବର(ଓଡି଼ଶା ରିପୋର୍ଟର): ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆସନ୍ତାକାଲି ଅପରାହ୍ଣ ୫ଟା ୪୫ମିନିଟରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ହେବାକୁ ଥିବା ଏହି କ୍ୟାବିନେଟ ବୈଠକରେ ପଞ୍ଚଦଶ ବିଧାନସଭାକୁ ଭଙ୍ଗ କରିବା ନିମନ୍ତେ ରାଜ୍ୟପାଳଙ୍କୁ ସୁପାରିସ କରାଯିବାର କାର୍ଯ୍ୟକ୍ରମ ରହିଛି। ନୂଆ ସରକାର ଗଠନ କରିବା ପୂର୍ବରୁ ବିଧାନସଭାକୁ ଭଙ୍ଗ କରିବାର ପ୍ରାବଧାନ ରହିଛି।

ସୂଚନା ଅନୁସାରେ, ଆସନ୍ତା ୨୩ ତାରିଖରେ ସାଧାରଣ ନିର୍ବାଚନ ପାଇଁ ଭୋଟ ଗଣତି ହେବାକୁ ଥିବାବେଳେ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ବିଜେଡି ରାଜ୍ୟରେ ପୁଣିଥରେ ସରକାର ଗଠନ ପାଇଁ ଆଶାବାଦୀ ଅଛି। ନବୀନଙ୍କ ନେତୃତ୍ବରେ ନୂଆ ସରକାର ଆସନ୍ତା ୨୭ ତାରିଖରେ ନିରାଡ଼ମ୍ବର ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଫୋନି ବାତ୍ୟାଜନିତ ବ୍ୟାପକ କ୍ଷୟକ୍ଷତି ଯୋଗୁ ଶପଥ ଗ୍ରହଣ ସମାରୋହକୁ ନିରାଡ଼ମ୍ବର ଭାବେ ପାଳନ କରାଯିବ ବୋଲି ବିଜେଡି ସୂତ୍ରରୁ ସୂଚନା ମିଳିଛି।



from Odisha Reporter http://bit.ly/2Vw84Jt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages