ଅଂଶୁଘାତରେ ୫ ଜଣଙ୍କ ମୃତ୍ୟୁ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

ଅଂଶୁଘାତରେ ୫ ଜଣଙ୍କ ମୃତ୍ୟୁ!

ବଲାଙ୍ଗିର, ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ପରେ ସୂର୍ଯ୍ୟଙ୍କ କୋପ ବଢ଼ିଗଲା ପରି ଲାଗୁଛି। ତାତି ବଢ଼ୁଥିବାରୁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଅଂଶୁଘାତରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବଡ଼ଟୀକା ଗାଁର ଦେବାନନ୍ଦ ସାହୁ(୬୦) ଆଜି ବଲାଙ୍ଗିର-ସମ୍ବଲପୁର ରାଜରାସ୍ତାରେ ଥିବା ରୁଗୁଡିଖାଲ ବଜାରକୁ ସଉଦା କରିବା ପାଇଁ ସାଇକେଲରେ ଯାଇଥିଲେ। ବଜାରରେ ସଉଦା କରୁଥିବା ବେଳେ ପ୍ରାୟ ଦିନ ୧ ଟା ବେଳେ ସେ ହଠାତ ତଳେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଲୋଇସିଂହା ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଂଶୁଘାତରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଲୋଇସିଂହା ପୁଲିସ କହିଛି।

ସେହିପରି ପୁରୀରେ ଅଂଶୁଘାତରେ ଜଣକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେ ହେଉଛନ୍ତି ବ୍ରହ୍ମଗିରି ଅଞ୍ଚଳର ସୁରେନ୍ଦ୍ର କୁମାର ରଣସିଂହ(୪୦)। ସେ ଦୁଧଓ୍ୱାଲା ଧର୍ମଶାଳା ନିକଟରେ ହଠାତ ରାସ୍ତାରେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସାଙ୍ଗେ ସାଙ୍ଗେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଂଶୁଘାତରେ ସୁରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି।

ସେହିପରି କେନ୍ଦୁଝର ଜିଲ୍ଲା ବେଲବାହାଳି ଗାଁରେ ଅଂଶୁଘାତରେ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଧରଣୀଧର ସାହୁ। ଘର ଛାତରେ କାମ କରୁଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ସେହିପରି ନୂଆପଡ଼ା ଠାକୁରପାଲ୍ଲୀ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇ ଜଣେ ବୃଦ୍ଧଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦର ଶମ୍ଭୁ ପ୍ରସାଦ ଦେହୁରୀ ନାମକ ଜଣେ ବ୍ୟକ୍ତିଙ୍କର ମଧ୍ୟ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।



from Odisha Reporter http://bit.ly/2Qel5GQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages