ବିବାହ ଭୋଜି ଖାଇ ବର,କନ୍ୟା ସମେତ ୩୦ ଅସୁସ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ବିବାହ ଭୋଜି ଖାଇ ବର,କନ୍ୟା ସମେତ ୩୦ ଅସୁସ୍ଥ

ଜଳେଶ୍ୱର(ଅଜିତ ଦାସ):ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ରାଣୀବସାଣ ଗାଁରେ ବିବାହ ଭୋଜି ଖାଇ ବର,କନ୍ୟା ସମେତ ଗାଁର ୩୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

୧୫ ତାରିଖରେ ରାଣୀବସାଣ ଗାଁର ଦିପକ ଜେନା ନାମକ ଜଣେ ଯୁବକଙ୍କ ବିବାହ ଭୋଜି ଥିଲା। ସମସ୍ତେ ରାତିରେ ଭୋଜି ଖାଇଥିଲେ। ତା’ପର ଦିନ ୪ରୁ ୫ ଜଣଲୋକଙ୍କୁ ଝାଡ଼ାବାନ୍ତି ହୋଇ ହୋଇଥିଲା। ସେମାନଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରୁ ବର, କନ୍ୟା ସମେତ ଅନ୍ୟମାନଙ୍କୁ ଝାଡ଼ା ବାନ୍ତି ଆରମ୍ଭ ହୋଇଯାଇଥିଲା। ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଖାଦ୍ୟ ବିଷାକ୍ତ ହୋଇଯାଇଥିବାରୁ ଝାଡ଼ାବାନ୍ତି ହୋଇଥିବା ସୂଚନା ମିଳିଛି। ସ୍ଥିତି ଅନୁଧ୍ୟାନ ପାଇଁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗାଁକୁ ଯାଇଛନ୍ତି।

ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସପନ କୁମାର ନାୟକ କହିଛନ୍ତି,“ ରାଣୀବସାଣ ଗାଁରେ ବିବାହ ଭୋଜି ଖାଇ ୩୦ ଅଧିକ ଲୋକଙ୍କୁ ଡାଇରିଆ ହୋଇଯାଇଛି।”



from Odisha Reporter http://bit.ly/2w55CPU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages