ଜ୍ୟୋତିଷଙ୍କ ଭବିଷ୍ୟବାଣୀ: ଭାରତ ଜିତିପାରିବନି ବିଶ୍ୱକପ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ଜ୍ୟୋତିଷଙ୍କ ଭବିଷ୍ୟବାଣୀ: ଭାରତ ଜିତିପାରିବନି ବିଶ୍ୱକପ୍

ନୂଆଦିଲ୍ଲୀ: ବିଶ୍ୱକପ୍ ରୋମାଞ୍ଚ ଆରମ୍ଭ ହେବାକୁ ଅଳ୍ପ ଦିନ ବାକି ଅଛି ଏବଂ କିଏ ଟାଇଟଲ୍ ଫେଭରିଟ୍, ସେ ନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି। କ୍ରିକେଟ୍ ପଣ୍ଡିତ ଟିମ୍ ଇଣ୍ଡିଆ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ଏହି ବିଶ୍ୱକପ୍ ପାଇଁ ପ୍ରମୁଖ ଦାବିଦାର ମାନୁଛନ୍ତି, କିନ୍ତୁ ଜ୍ୟୋତିଷଙ୍କ ଗଣନା ଅନୁଯାୟୀ ତୃତୀୟଥର ବିଶ୍ୱ ଚାମ୍ପିଅନ୍ ହେବା ପାଇଁ ଭାରତର ଆଶା ଏଥର ପୂରଣ ହେବ ନାହିଁ।

 ମୁମ୍ବାଇର ପ୍ରସିଦ୍ଧ ଜ୍ୟୋତିଷ ଗ୍ରୀନଷ୍ଟୋନ୍ ଲୋବୋ ୨୦୧୯ ବିଶ୍ୱକପକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ତାଙ୍କ ଭବିଷ୍ୟବାଣୀ ମୁତାବକ, ଏଥର ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଟାଇଟଲ୍ ମୁକାବିଲା ହେବ। ସର୍ବାଧିକ ୫ଥରର ବିଜେତା ଅଷ୍ଟ୍ରେଲିଆ ତା’ର ଟାଇଟଲ୍ ଡିଫେଣ୍ଡ କରିବା ପାଇଁ ଓହ୍ଲାଇବ। ଅନ୍ୟପକ୍ଷରେ କ୍ରିକେଟର ଜନ୍ମଦାତା ଇଂଲଣ୍ଡ ଏପର୍ଯ୍ୟନ୍ତ ଥରେ ବି ବିଶ୍ୱ ଚାମ୍ପିଅନ୍ ହୋଇନାହିଁ। ଲୋବୋ ନିଜର ଏହି ଭବିଷ୍ୟବାଣୀ ସବୁ କ୍ୟାପଟେନଙ୍କ କୁଣ୍ଡଳୀ ଅଧ୍ୟୟନ ପରେ କରିଛନ୍ତି। ଯେଉଁ କ୍ୟାପଟେନଙ୍କର ଜନ୍ମକୁଣ୍ଡଳୀରେ ନେପଚ୍ୟୁନ୍ ଓ ପ୍ଲୁଟୋ ମଜଭୁତ୍ ଅଛି, ସେମାନଙ୍କ ପାଖରେ ବିଶ୍ୱକପ୍ ଜିତିବାର ସମ୍ଭାବନା ରହିଛି।

 ଲୋବୋଙ୍କ ଗଣନା ଅନୁଯାୟୀ, ୧୯୮୫ରୁ ୮୭ ମଧ୍ୟରେ ଜନ୍ମିତ କ୍ୟାପଟେନ୍ ଏଥର ବିଶ୍ୱ ଚାମ୍ପିଅନ୍ ମୁକୁଟ ପିନ୍ଧିବେ। ଏହି ସମୟରେ ଜନ୍ମିତ ଲୋକଙ୍କ ପାଇଁ ୟୁରାନସ୍ ଓ ନେପଚୁନ୍ ସବୁଠାରୁ ମଜଭୁତ୍ ଗ୍ରହ, ଯାହା ସେମାନଙ୍କ ଭାଗ୍ୟ ଚମକାଇବାରେ ସହାୟକ ହେବ। ଏହି ସମୟକାଳରେ ଅଷ୍ଟ୍ରେଲିଆର ଆରୋନ୍ ଫିଞ୍ଚ୍, ଇଂଲଣ୍ଡର ଇଆନ୍ ମୋର୍ଗାନ୍ ଓ ପାକିସ୍ତାନ ସର୍ଫରାଜ ଅହମ୍ମଦ ଜନ୍ମ ହୋଇଛନ୍ତି। ତେବେ ଲୋବୋ ସର୍ଫରାଜଙ୍କୁ ଏହି ବିଜୟର ଦାବିଦାର ମାନି ନାହାନ୍ତି, କାରଣ ସେ ପୂର୍ବରୁ ହିଁ ଏକ ବଡ଼ ଟାଇଟଲ୍ (୨୦୧୭ ଚାମ୍ପିଅନ୍ସ ଟ୍ରଫି) ନିଜ ନାମରେ କରିସାରିଛନ୍ତି।

 ଇଂଲଣ୍ଡ ହେବ କି ଚାମ୍ପିଅନ୍: ଏହି ଆଧାରରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଫାଇନାଲ୍ ମୁକାବିଲା ଖେଳାଯିବାର ସମ୍ଭାବନା ଅଧିକ ରହିଛି। ଏହାକୁ ନେଇ ଲୋବୋ କହିଛନ୍ତି, ଅଷ୍ଟ୍ରେଲିଆ ମଧ୍ୟ ପୂର୍ବଥର ୱାର୍ଲ୍ଡ କପ୍ ଟାଇଟଲ୍ ନିଜ ନାମରେ କରିଥିଲା ଏବଂ ଏଥର ମଧ୍ୟ ସେମାନଙ୍କ ଟିମରେ ୫ଜଣ ଏଭଳି ଖେଳାଳି ଅଛନ୍ତି, ଯିଏ ଗତ ବିଜେତା ଟିମର ସଦସ୍ୟ ଥିଲେ। ତେଣୁ ଏଥର ଏହି ଟିମ୍ ପାଖରେ ଟାଇଟଲ୍ ଜିତିବାର ସମ୍ଭାବନା କମ୍ ରହିଛି। କିନ୍ତୁ ଏହି ମାମଲାରେ ମୋର୍ଗାନଙ୍କ ଇଂଲଣ୍ଡ ଟିମ୍ ସନ୍ତୁଳିତ ଲାଗୁଛି ଏବଂ ଏହିକ୍ରମରେ ଇଂଲଣ୍ଡ ଟିମ୍ ପାଖରେ ଏଥର ବିଶ୍ୱ ଚାମ୍ପିଅନ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

 ଟିମ୍ ଇଣ୍ଡିଆର କ’ଣ ହେବ: ତେବେ ଏଠି ବଡ଼ ପ୍ରଶ୍ନ ଉଠୁଛି ଯେ, ଯଦି ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଫାଇନାଲରେ ପହଞ୍ଚିବେ, ତାହେଲେ ବିଶ୍ୱକପରେ ଟିମ୍ ଇଣ୍ଡିଆର ସ୍ଥିତି କ’ଣ ହେବ? ଲୋବୋଙ୍କ ମତରେ, ଭାରତ ଏଥର ବିଶ୍ୱକପ ସେମିଫାଇନାଲ୍ ପ୍ରବେଶ କରିବ। କିନ୍ତୁ ଏହାଠାରୁ ଆଗକୁ ବଢ଼ିପାରିବ ନାହିଁ। ଲୋବୋ ଆଉ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି ଯେ, ଭାରତ ବିଶ୍ୱକପରେ ପୁଣିଥରେ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇବ।

 ଭାରତ ଏମିତି ଚାମ୍ପିଅନ୍ ହୋଇପାରିବ: ତେବେ ଭାରତ କେମିତି ଚାମ୍ପିଅନ୍ ହେବ, ତାହାର ବାଟ ଖୋଜି ବାହାର କରିଛନ୍ତି ଲୋବୋ। ଲୋବୋଙ୍କ ମତରେ ଏହି ବାଟ ବହୁତ କଷ୍ଟସାଧ୍ୟ। ୧୯୮୮ରେ ଜନ୍ମିତ ବିରାଟ କୋହଲି ଦୁର୍ଭାଗ୍ୟବଶତଃ ଯଦି ଆହତ ହୁଅନ୍ତି, ତାହେଲେ ତାଙ୍କ ସ୍ଥାନରେ ଟିମ୍ ଇଣ୍ଡିଆର ନେତୃତ୍ୱ ରୋହିତ୍ ଶର୍ମା ନେବେ। ଯଦି ଏହା ସମ୍ଭବ ହୁଏ, ତାହେଲେ ଭାରତର ବିଶ୍ୱ ଚାମ୍ପିଅନ୍ ହେବାର ସମ୍ଭାବନା ବଢ଼ିଯିବ। କିନ୍ତୁ ଏହାର ସମ୍ଭାବନା କମ୍ ଥିବା ଲୋବୋ କହିଛନ୍ତି। ଜଣେ ଜଣାଶୁଣା ଲେଖକ ଭାବେ ଗ୍ରୀନଷ୍ଟୋନ୍ ଲୋବୋ ନିକଟରେ “ହାଓଜାଟ୍ଟ-୫୦ ପ୍ରେଡିକସନ୍ ଅନ୍ ଇଣ୍ଡିଆନ୍ କ୍ରିକେଟ୍” ନାମକ ପୁସ୍ତକ ଲେଖିଛନ୍ତି।



from Odisha Reporter http://bit.ly/2JqwYZr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages