
ନୂଆଦିଲ୍ଲୀ: ଆଜି ଚଳିତ ସାଧାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଶେଷ ହେବ। ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଦୁଇ ମାସରୁ ଅଧିକ ଦିନ ଧରି ସାରା ଦେଶରେ ପ୍ରଚାର ଚାଲିଥିଲା, ଯାହାକି ଆଜି ସଂଧ୍ୟାଟା ବେଳକୁ ସମାପ୍ତ ହେବ।
ମେ ୧୯ରେ ହେବାକୁ ଥିବା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୮ଟି ରାଜ୍ୟର ୫୯ଟି ଆସନ ପାଇଁ ଭୋଟ ପଡ଼ିବ। ଉତ୍ତର ପ୍ରଦେଶର ୧୩ଟି ଆସନ, ପଶ୍ଚିମବଙ୍ଗର ୯ଟି, ବିହାରର ୮ଟି, ପଞ୍ଜାବର ସମସ୍ତ ୧୩ଟି ଆସନ, ହିମାଚଳ ପ୍ରଦେଶର ୪ଟି, ଝାଡ଼ଖଣ୍ଡର ୩ଟି ଆସନ, ମଧ୍ୟପ୍ରଦେଶର ୮ଟି ଆସନ ଏବଂ ଚଣ୍ଡିଗଡ଼ ଲୋକସଭା ଆସନରେ ମତଦନା ହେବ । ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆସନ ବାରାଣସୀ ମଧ୍ୟ ରହିଛି।
ତେବେ ନିର୍ବାଚନୀ ହିଂସାକୁ ନଜରରେ ରଖି ପଶ୍ଚିମବଙ୍ଗରେ ଧାରା ୩୨୪ ଲାଗୁ କରିଛନ୍ତି ନିର୍ବାଚନ କମିଶନ। ତେଣୁ ନିର୍ବାଚନ ପ୍ରଚାରର ଅବଧିର ୨୦ ଘଣ୍ଟା ପୂର୍ବରୁ ପଶ୍ଚିମବଙ୍ଗରେ ପ୍ରଚାର ଶେଷ ହୋଇଛି ।
from Odisha Reporter http://bit.ly/2JsRSHw
No comments:
Post a Comment