ଜାତିଆଣ ମନ୍ତବ୍ୟର ଶିକାର ହୋଇ ଜୀବନ ହାରିଲେ ମେଡିକାଲ ଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

ଜାତିଆଣ ମନ୍ତବ୍ୟର ଶିକାର ହୋଇ ଜୀବନ ହାରିଲେ ମେଡିକାଲ ଛାତ୍ରୀ

ନୂଆଦିଲ୍ଲୀ: ଜାତିଆଣ ମନ୍ତବ୍ୟର ଶିକାର ହୋଇ ମୁମ୍ବାଇର ନାୟର ହସ୍ପିଟାଲର ଡାକ୍ତରୀ ଛାତ୍ରୀ ପାୟଲ ତଡବି ଆତ୍ମହତ୍ୟା କରିଛନ୍ତି। ସିନିୟର ମାନେ ବାରମ୍ୱାର ତାଙ୍କୁ କମେଣ୍ଟ ମାରିବା ସହିତ ମାନସିକ ନିର୍ଯାତନା ଦେଉଥିଲେ ହେଁ କଲେଜ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିଲେ ବୋଲି ଆତ୍ମହତ୍ୟା କରିଥିବା ଛାତ୍ରୀର ପରିବାର ଲୋକେ କହିଛନ୍ତି।

ଗତବର୍ଷ ମୁମ୍ୱାଇର ନାୟର ହସ୍ପିଟାଲରେ ପାୟଲ ତଡବି ଆଡମିଶନ ନେଇଥିଲେ। ଜାତି ଆଧାରରେ କୋଟା ଆସନରେ ପାୟଲ ନିଜର ଆଡମିଶନ କରିଥିଲେ। ଏହାପରେ ତିନି ଜଣ ସିନିୟର ଡାକ୍ତର ଛାତ୍ରୀ ହେମା ଅହୁଜା, ଭକ୍ତି ମେହେର, ଅଙ୍କିତା ଖଣ୍ଡେଲଓ୍ୱାଲା ପାୟଲଙ୍କୁ କମେଣ୍ଟ ମାରୁଥିଲେ ବୋଲି ଜଣାପଡ଼ିଥିଲା। ଏ ନେଇ ହଷ୍ଟେଲ କତ୍ତୃପକ୍ଷଙ୍କ ନିକଟରେ ପାୟଲ ଅଭିଯୋଗ କରିଥିଲେ। ହେଲେ ସମସ୍ୟାର ସମାଧାନ ହୋଇନଥିଲା ବୋଲି ପାୟଲଙ୍କ ମାଆ କହିଛନ୍ତି। ଏହାପରେ ପାୟଲ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଏହି ଘଟଣା ପରେ ପୂର୍ବୋକ୍ତ ତିନି ଜଣ ସିନିୟର ଛାତ୍ରୀ ଫେରାର ଥିବା ଜଣାପଡ଼ିଛି। ପୁଲିସ ଆଇପିସି ଧାରା ୩୦୬ ଏବଂ ଏସି-ଏସଟି ଆଇନ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମହାରାଷ୍ଟ୍ର ଡାକ୍ତର ଆସୋସିଏସନ ମଧ୍ୟ ସମ୍ପୃକ୍ତ ତିନି ଛାତ୍ରୀଙ୍କ ଡାକ୍ତରୀ ଲାଇସେନ୍ସ ରଦ୍ଦ କରିଦେଇଥିବା ଜଣାପଡ଼ିଛି।



from Odisha Reporter http://bit.ly/2YTjqtj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages