
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ବାତ୍ୟା ‘ଫୋନି’ ଯୋଗୁ ବିଜୁ ପଟ୍ଟନାୟକ ୟୁନିର୍ଭସିଟି ଅଫ ଟେକ୍ନୋଲୋଜି (ବିପିୟୁଟି)ର ସିମେଷ୍ଟର ପରୀକ୍ଷା ପୁଣିଥରେ ସ୍ଥଗିତ ହୋଇଛି। ଏହି ସିମେଷ୍ଟର ପରୀକ୍ଷା ମେ’ ୨୦ତାରିଖରୁ ହେବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ବିପିୟୁଟି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ସିମେଷ୍ଟର ପରୀକ୍ଷା ଜୁନ୍ ୧୩ ତାିରଖରୁ ଆରମ୍ଭ ହେବ। ମେ’ ୨୦ତାରିଖରେ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(ଏନଇଇଟି) ପରୀକ୍ଷା ଥିବାରୁ ବିପିୟୁଟି ଏଭଳି ନିଷ୍ପତ୍ତି ନେଇଛି।
ପୂର୍ବରୁ ମେ’ ୫ତାରିଖରୁ ସିମେଷ୍ଟର ପରୀକ୍ଷା କରିବାକୁ ବିପିୟୁଟି ଘୋଷଣା କରିଥିଲା। କିନ୍ତୁ ଫୋନି ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ପରେପରୀକ୍ଷା ତାରିଖକୁ ଘୁଞ୍ଚାଇ ଦିଆଯାଇଛି।
from Odisha Reporter http://bit.ly/30kW956
No comments:
Post a Comment