ଝିଅ ବାହାଘର ପାଇଁ ଗହଣା ଗଢ଼ିଥିଲେ, ଲୁଟିନେଲେ ଚୋର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ଝିଅ ବାହାଘର ପାଇଁ ଗହଣା ଗଢ଼ିଥିଲେ, ଲୁଟିନେଲେ ଚୋର

ଖୋର୍ଦ୍ଧା (ବଳରାମ ଲେଙ୍କା): ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଅସରଳା ଗାଁରେ ସିରିଜ୍‌ ଚୋରି ହୋଇଛି। ଚୋରମାନେ ଗୋଟିଏ କି ଦୁଇଟି ଘର ନୁହେଁ, ୫ଟି ଘରେ ପଶି କଳାକନା ବୁଲାଇ ଦେଇଛନ୍ତି। ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଛନ୍ତି। ଆଜି ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

କିଛି ଦିନ ପରେ ଅସରଳା ଗାଁର ବଂଶୀ ସ୍ୱାଇଁଙ୍କ ଝିଅ ବାହାଘର ହୋଇଥାଆନ୍ତା। ଏଥିପାଇଁ ସେ ସୁନା ଓ ରୁପାର ଗହଣା ତିଆରି କରି ଘରେ ରଖିଥିଲେ। ଗତକାଲି ରାତିରେ ଚୋରମାନେ ତାଙ୍କ ଘରେ ପଶି ସମସ୍ତ ଗହଣା ଓ ନଗଦ ଟଙ୍କା ଲୁଟି ନେଇଛନ୍ତି।

ସେହିପରି ଚୋରମାନେ ଉକ୍ତ ଗାଁର ସୁର ମିଶ୍ରଙ୍କ ଘରେ ପଶି ଲୁହା ଆଲମିରା ଭାଙ୍ଗି ୫୦୦୦ ଟଙ୍କା ନେବାକୁ ଚେଷ୍ଟା କରିଥିଲେ। ତେବେ ଶବ୍ଦ ଶୁଣି ପରିବାର ଲୋକ ଉଠି ପଡ଼ିବାରୁ ସେମାନେ ଦୌଡ଼ି ପଳାଇଯାଇଥିଲେ।

ଗୋଟିଏ ରାତିରେ ଚୋରମାନେ ୫ଟି ଘରେ କଳାକନା ବୁଲାଇଥିବା ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଅଭିଯୁକ୍ତଙ୍କ ପାଖରେ ଏଯାଏ ପହଞ୍ଚି ପାରିନି।



from Odisha Reporter http://bit.ly/2HnJtld

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages