ବିଶ୍ୱକପ୍ ପାଇଁ ପ୍ରତି ଟିମ୍ ପାଖରେ ରହିବେ ଆଣ୍ଟି-କରପସନ୍ ଅଫିସର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ବିଶ୍ୱକପ୍ ପାଇଁ ପ୍ରତି ଟିମ୍ ପାଖରେ ରହିବେ ଆଣ୍ଟି-କରପସନ୍ ଅଫିସର୍

ଲଣ୍ଡନ: ଇଂଲଣ୍ଡ ଆଣ୍ଡ ୱେଲ୍ସରେ ହେବାକୁଥିବା ବିଶ୍ୱକପକୁ ଫିକ୍ସିଂ ଓ ଦୁର୍ନୀତିମୁକ୍ତ କରିବା ପାଇଁ ଆଇସିସି ବଡ଼ ପଦକ୍ଷେପ ଉଠାଇଛି। କ୍ରିକେଟର ଏହି ମହାକୁମ୍ଭରେ ଭାଗ ନେବାକୁଥିବା ପ୍ରତି ଟିମ୍ ପାଇଁ ଅଲଗା ଅଧିକାରୀ ନିଯୁକ୍ତ କରାଯିବ, ଯିଏ ଦୁର୍ନୀତି ସମ୍ବନ୍ଧିତ ଗତିବିଧି ଉପରେ ନଜର ରଖିପାରିବେ।

ଏକ ଇଂରାଜୀ ଖବରକାଗଜ ରିପୋର୍ଟ ଅନୁଯାୟୀ, ଏହି ଅଧିକାରୀମାନେ ୱାର୍ମଅପ୍ ମ୍ୟାଚଠାରୁ ଟୁର୍ଣ୍ଣାମେଣ୍ଟ ଶେଷ ହେବା ପର୍ଯ୍ୟନ୍ତ ଟିମ୍ ସହ ରହିବେ। ତେବେ ପ୍ରଥମଥର କ୍ରିକେଟର କୌଣସି ବଡ଼ ଇଭେଣ୍ଟ ପାଇଁ ପ୍ରତି ଟିମକୁ ଅଲଗା ଅଲଗା ଆଣ୍ଟି-କରପସନ୍ ଅଧିକାରୀ ଦିଆଯିବ।

ଏହା ପୂର୍ବରୁ ଆଇସିସିର ଆଣ୍ଟି-କରପସନ୍ ୟୁନିଟ୍ (ଏସିୟୁ) ନିଜେ ମ୍ୟାଚ୍ ଭେନ୍ୟୁରେ ଉପସ୍ଥିତ ରହୁଥିଲା। କିନ୍ତୁ ଏବେ ଜଣେ ସ୍ୱତନ୍ତ୍ର ଅଧିକାରୀ ପ୍ରତି ଟିମ୍ ସହ ରହିବେ। ସେମାନେ ଟିମ୍ ରହୁଥିବା ହୋଟେଲ୍ ରୁମରେ ରହିବେ। ଏହାସହ ସେମାନେ ଟିମ୍ ସହ ପ୍ରତିଟି ଭେନ୍ୟୁ ମଧ୍ୟ ଗସ୍ତ କରିବେ।

ଏପରିକି ଅଭ୍ୟାସ ସେସନରେ ମଧ୍ୟ ଟିମ୍ ସହ ରହିବେ। ଟିମ୍ ସହ ରହିବା ଦ୍ୱାରା ଅଧିକାରୀ ଜଣଙ୍କୁ ସନ୍ଦିଗ୍ଧ ସ୍ଥିତିକୁ ଯାଞ୍ଚ କରିବାରେ ସହଜ ହେବ, କାରଣ ସେ ଟିମ୍ ସହ ବ୍ୟାକ୍-ରୁମ୍ ଷ୍ଟାଫଙ୍କ ନିକଟତର ରହିବେ। ଆଇସିସିର ଏହି ପଦକ୍ଷେପ ଖେଳକୁ ଫିକ୍ସିଂ ଭଳି ଖରାପ କାର୍ଯ୍ୟରୁ ଦୂରେଇ ରଖିବାରେ ସହାୟକ ହେବ।



from Odisha Reporter http://bit.ly/2WFK73L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages