ମୋଦିଙ୍କ ଶପଥ ଉତ୍ସବରେ ଯୋଗଦେବେ ସିରିସେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ମୋଦିଙ୍କ ଶପଥ ଉତ୍ସବରେ ଯୋଗଦେବେ ସିରିସେନା

କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ମୈଥ୍ରୀପାଲ ସିରିସେନା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ଆସନ୍ତା ମେ’ ୩୦ରେ ଆୟୋଜିତ ହେଉଥିବା ଏକ ଭବ୍ୟ ଉତ୍ସବରେ ସେ ଯୋଗଦେବେ। ଏନେଇ ସିରିସେନା ମୋଦିଙ୍କ ସହ କଥା ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଗୁରୁବାର ଫଳ ପ୍ରକାଶ ପାଇବା ପରେ ମୋଦିଙ୍କୁ ଅଭିନନ୍ଦନ ଜଣାଇଥିବା ସିରିସେନା ଶୁକ୍ରବାର କହିଥିଲେ, “ମୁଁ ମୋଦିଙ୍କୁ ଅଭିନନ୍ଦନ ଜଣାଇ ଆନନ୍ଦିତ। ବିଶ୍ୱର ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଭାରବେ ସେ ପୁନଶ୍ଚ ବିଜୟୀ ହେବାପରେ ଶ୍ରୀଲଙ୍କାରେ ମଧ୍ୟ ଉତ୍ସବର ମାହୋଲ ରହିଛି। ଆଗକୁ ଆମେ ମିଶିକରି କାମ କରିବାକୁ ସଂକଳ୍ପବଦ୍ଧ।”

ମୋଦିଙ୍କ ବିଜୟ ପରେ ସିରିସେନାଙ୍କ ବ୍ୟତୀତ ଶ୍ରୀଲଙ୍କାର ଅନେକ ନେତା ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ତେବେ ସିରିସେନା ଏହି ଶପଥଗ୍ରହଣ ଉତ୍ସବରେ ଯୋଗଦେବା ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଗଣମାଧ୍ୟମକୁ ଖୁବଶୀଘ୍ର ସ୍ପଷ୍ଟ ସୂଚନା ଦିଆଯିବ। କୂଟନୀତିକ ସ୍ତରରେ ଚର୍ଚ୍ଚା ଜାରି ରହିଛି ଯେ, ବିଭିନ୍ନ ପଡ଼ୋଶୀ ରାଷ୍ଟ୍ରର ନେତା ଏହି ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ଅଛି।



from Odisha Reporter http://bit.ly/2HT6kFv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages