ଫୋନି କ୍ଷତିଗ୍ରସ୍ତଙ୍କ ପାଇଁ ରାଜ୍ୟ ସରକାରଙ୍କ ସହାୟତା ଘୋଷଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 5, 2019

ଫୋନି କ୍ଷତିଗ୍ରସ୍ତଙ୍କ ପାଇଁ ରାଜ୍ୟ ସରକାରଙ୍କ ସହାୟତା ଘୋଷଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଫୋନି’ ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ରାଜ୍ୟ ସରକାର ଆଜି ସହାୟତା ଘୋଷଣା କରିଛନ୍ତି। ତେବେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ପରିବାର ହିଁ ଏହି ସହାୟତା ପାଇପାରିବେ। ‘ଫୋନି’ କ୍ଷୟକ୍ଷତିର ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଫୋନି’ରେ ପୁରୀ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାର କେତେକ ଅଞ୍ଚଳ ଭୀଷଣ ଭାବେ ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ଖାଦ୍ୟ ସୁରକ୍ଷାରେ ସାମିଲ ଥିବା ସମସ୍ତ ପରିବାରକୁ ୫୦କିଲୋ ଚାଉଳ ସହ ୨ହଜାର ଟଙ୍କା ଓ ପଲିଥିନ ସିଟ୍ ଯୋଗାଇ ଦିଆଯିବ।

ସେହିପରି ଖୋର୍ଦ୍ଧାର ଅନ୍ୟ ଅଞ୍ଚଳରେ ମଧ୍ୟ ଭୀଷଣ କ୍ଷତିଗ୍ରସ୍ତ ହୋଇଛି। ଏସବୁ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପରିବାରକୁ ଅତିରିକ୍ତ ଭାବେ ଗୋଟିଏ ମାସର ଚାଉଳ କୋଟା ସହ ଏକ ହଜାର ଟଙ୍କା ଓ ପଲିଥିନ୍ ସିଟ୍ ସରକାର ଯୋଗାଇ ଦେବେ।
‘ଫୋନି’ରେ କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ଏସବୁ ଜିଲ୍ଲାରେ ଅତିରିକ୍ତ ଏକମାସର ଚାଉଳ ସହ ୫୦୦ଟଙ୍କା ସହାୟତା ଦିଆଯିବ।

ଏହାଛଡ଼ା ‘ଫୋନି’ରେ ପ୍ରଭାବିତ ସମସ୍ତ ଜିଲ୍ଲାରେ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହିତାଧିକାରୀଙ୍କୁ ଏକମାସର ଅତିରିକ୍ତ ଭତ୍ତା(ମାସିକ) ଓ ରିଲିଫ୍ କୋଡ୍ ଅନୁସାରେ ଗୃହ ନିର୍ମାଣ ସହାୟତା ଯୋଗାଇ ଦିଆଯିବ। ଯେଉଁମାନଙ୍କର ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ସେମାନଙ୍କୁ ୯୫,୧୦୦ଟଙ୍କା, ଆଂଶିକ ଭାଙ୍ଗିଯାଇଥିଲେ ୫,୨୦୦ଟଙ୍କା ଓ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲେ ୩,୨୦୦ ଟଙ୍କା ସହାୟତା ଦିଆଯିବ।

ଯେଉଁ ଘରଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି, ଗୃହନିର୍ମାଣ ଯୋଜନା ଅନ୍ତର୍ଗତ ସେଗୁଡ଼ିକର ପୁନଃନିର୍ମାଣ ତ୍ୱରାନ୍ୱିତ କରାଯିବ।
ସେହିପରି କ୍ଷତିଗ୍ରସ୍ତ ହୋଇଥିବା କୃଷି ଓ ଉଦ୍ୟାନକୃଷି ଫସଲ ଏବଂ ପଶୁସମ୍ପଦ, ମତ୍ସ୍ୟପାଳନକୁ ଆକଳନ କରାଯାଇ ସେହି ଆଧାରରେ କ୍ଷତିପୂରଣ ପ୍ରଦାନ କରାଯିବ।

ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟପରେ ମିଶନ ମୋଡରେ ବୃକ୍ଷରୋପଣ କାର୍ଯ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି।



from Odisha Reporter http://bit.ly/2UXIflv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages