
ଚଣ୍ଡିଗଡ଼: ଚଳିତ ଆଇପିଏଲର ୫୫ତମ ମ୍ୟାଚ୍ ରବିବାର ଚେନ୍ନାଇ ସୁପର କିଙ୍ଗସ୍ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ୍ ଅଶ୍ୱିନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିବ।
ଏହି ମ୍ୟାଚରେ ପଞ୍ଜାବ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଅର୍ଶଦୀପ ସିଂହଙ୍କ ସ୍ଥାନରେ ହରପ୍ରୀତ ବ୍ରାରଙ୍କୁ ଟିମରେ ସାମିଲ୍ କରାଯାଇଛି। ତେବେ ଚେନ୍ନାଇ ଦଳ ଅପରିବର୍ତ୍ତିତ ରହିଛି। ପ୍ଲେଅଫ୍ ପାଇଁ ପଞ୍ଜାବର ଆଶା ପ୍ରାୟତଃ କ୍ଷୀଣ। ତେଣୁ ପଞ୍ଜାବ ବିଜୟ ସହ ଅଭିଯାନ ଶେଷ କରିବାକୁ ଚାହିଁବ।
ପଞ୍ଜାବ ଏକାଦଶ: କ୍ରିସ୍ ଗେଲ୍, ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ୍, ନିକୋଲାସ ପୁରାନ, ମନଦୀପ ସିଂହ, ସାମ୍ କରାନ୍, ରବିଚନ୍ଦ୍ରନ୍ ଅଶ୍ୱିନ୍ (ଅଧିନାୟକ), ଆଣ୍ଡ୍ର୍ୟୁ ଟାଇ, ମହମ୍ମଦ ଶାମି, ମୁରୁଗାନ୍ ଅଶ୍ୱିନ୍, ହରପ୍ରୀତ ବ୍ରାର୍।
ଚେନ୍ନାଇ ଏକାଦଶ: ଫାଫ୍ ଡ୍ୟୁପ୍ଲେସିସ୍, ଶେନ୍ ୱାଟସନ୍, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), କେଦାର ଯାଦବ, ଡ୍ୱେନ୍ ବ୍ରାଭୋ, ରବୀନ୍ଦ୍ର ଜାଡେଜା, ଦୀପକ ଚହର୍, ହରଭଜନ ସିଂହ, ଇମ୍ରାନ୍ ତାହିର୍।
from Odisha Reporter http://bit.ly/2ZUegi9
No comments:
Post a Comment