ଛୋଟ ଛୁଆଙ୍କୁ ମଶାଙ୍କ କବଳରୁ ଦୂରେଇ ରଖିବାକୁ ଆପଣାନ୍ତୁ ଘରୋଇ ଉପାୟ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ଛୋଟ ଛୁଆଙ୍କୁ ମଶାଙ୍କ କବଳରୁ ଦୂରେଇ ରଖିବାକୁ ଆପଣାନ୍ତୁ ଘରୋଇ ଉପାୟ…

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) :   ଘର ଯେତେ ସଫା ରଖିଲେ ବି ଖରା ଓ ବର୍ଷା ଦିନେ ମଶା ହେବା ଥୟ।  ଘର ଚତୁଃପାର୍ଶ୍ୱରେ  ଅଳିଆ ଆବର୍ଜନା ଜମା ହେଲେ  ଓ ପାଣି ନିଷ୍କାସିତ ହୋଇ ନ ପାରିଲେ ମଶା ବଂଶ ବୃଦ୍ଧି ହୋଇଥାଏ। ଏହାଦ୍ୱାରା ଘରେ ଛୋଟ ଛୁଆ ଥିଲେ ବେମାରରେ ପଡ଼ିଥାନ୍ତି।  ଛୋଟ ଛୁଆଙ୍କ ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ଥିବାରୁ ସେମାନେ ବେମାର ହେବାର ଆଶଙ୍କା ଅଧିକ ଥାଏ।

କାରଣ ମଶା କାମୁଡ଼ିଲେ ଛୁଆଙ୍କୁ ମ୍ୟାଲେରିଆ, ଚିକେନଗୁନିଆ, ଡେଙ୍ଗୁ ପରି ବେମାର ହେବାର ଆଶଙ୍କା ରହିଥାଏ।  ସେଥିଲାଗି ଆପଣ ଛୋଟ ଛୁଆଙ୍କୁ ମଶାଙ୍କ କବଳରୁ ରକ୍ଷା କରିବାକୁ ସତର୍କତା ଅବଲମ୍ୱନ କରନ୍ତୁ। ଆପଣ କେମିକାଲ ପ୍ରଲେପ ଥିବା ମଶାରି ବ୍ୟବହାର କରିବା ପରିବର୍ତ୍ତେ ଘରେ ଥିବା  କିଛି ଜିନିଷ ବ୍ୟବହାର କରି ମଶାଙ୍କ କବଳରୁ ରକ୍ଷା ପାଇପାରିବେ।

ରସୁଣ ଓ ପୁଦିନା

ରସୁଣର ଗନ୍ଧ ହେଲେ ମଶା ପାଖ ମାଡ଼ନ୍ତିନି। ରସୁଣର ଏକ ପାଖୁଡ଼ା ଖାଇଦେଲେ ମଧ୍ୟ ମଶା ପାଖ ମାଡ଼ନ୍ତି ନାହିଁ। ଗୋଟିଏ ରସୁଣକୁ ବାଟି ପାଣିରେ ଫୁଟାଇ ତାକୁ ଘର ଓ ରୁମ୍‌ ଚାରିପାଖେ ଛିଞ୍ଚି ଦିଅନ୍ତୁ। ଦେଖିବେ ମଶା ସେ ଜାଗା ମାଡ଼ିବେ ନାହିଁ। ଏଥିପାଇଁ ପୁଦିନା ବି ଲାଭଦାୟକ। ପୁଦିନା ତେଲକୁ ଛୁଆ ଓ ବଡ଼ମାନଙ୍କ ଶରୀରରେ ଲଗାଇ ଦିଅନ୍ତୁ ଓ ମଶାଙ୍କ କବଳରୁ ରକ୍ଷା ପାଆନ୍ତୁ। ଏହାବ୍ୟତୀତ ଆପଣ କବାଟ ଓ ଝରକା ପାଖରେ ମଧ୍ୟ ପୁଦିନାର ପତ୍ର ରଖିପାରିବେ। ପୁଦିନା ପତ୍ରରୁ ରସ ବାହାର କରି ତାକୁ ଛିଞ୍ଚିଲେ ମଧ୍ୟ ଆପଣ ମଶାଙ୍କୁ ଘଉଡାଇ ପାରିବେ।

ତୁଳସୀ ରସ

ତୁଳସୀର ଗଛ ମଶାଙ୍କ ଲାର୍ଭାକୁ ନଷ୍ଟ କରିବାର କ୍ଷମତା ରଖିଥାଏ। ଆର୍ୟୂବେଦ ଶାସ୍ତ୍ର ଅନୁସାରେ ଘର ପାଖରେ ତୁଳସୀ ଗଛ ଥିଲେ ମଶା ପାଖକୁ ଆସନ୍ତି ନାହିଁ। ଆପଣ ତୁଳସୀ ରସ ବାହାର କରି ଶରୀରରେ ଲଗାନ୍ତୁ ଓ ରୁମ୍‌ ଚାରି ପାଖରେ ଛିଞ୍ଚି ଦିଅନ୍ତୁ। ପାଖ ମାଡ଼ିବେନି ମଶା।

ଲେମନଗ୍ରାସ୍‌, ଲେମ୍ୱୁ

ବହୁ ସମୟରେ  ରୋଗରୁ ରକ୍ଷା ପାଇବାର ବିକଳ୍ପ ଆମ ପାଖରେ ଥିଲେ ମଧ୍ୟ ଆମେ ତାହାର ବ୍ୟବହାର ବିଷୟରେ ଜାଣି ନ ଥାଉ। ଏହି ବିକଳ୍ପ ମଧ୍ୟରୁ ଲେମନଗ୍ରାସ୍‌ର ବ୍ୟବହାର ଦ୍ୱାରା ମଶାଙ୍କୁ ଦୂର କରାଯାଇପାରେ। ଯଦି ଆପଣଙ୍କ ବାଡ଼ିରେ ଏହି ଗଛ ଅଛି, ତେବେ ଏହାର ମହକରେ ପାଖ ମାଡ଼ିବେନି ମଶା। ଏହା ଡେଙ୍ଗୁ ଓ ମ୍ୟାଲେରିଆ ପରି ବେମାରରୁ ମଧ୍ୟ ମୁକ୍ତି ଦେଇଥାଏ। ଏହାବ୍ୟତୀତ ଆପଣ ଲେମ୍ବୁ ରସ ମଧ୍ୟ ବ୍ୟବହାର କରି ପାରିବେ।

ନିମ୍ୱ ତେଲ

ନିମ୍ୱ ସବୁବେଳେ ଶରୀର ଲାଗି ଲାଭଦାୟକ। ସ୍ୱାସ୍ଥବର୍ଦ୍ଧକ ହେବା ସହ ଏହା ଆପଣଙ୍କୁ ଓ ଆପଣଙ୍କ ଛୁଆଙ୍କୁ ମଶାଙ୍କ ଆତଙ୍କରୁ ରକ୍ଷା କରିଥାଏ। ନିମ୍ୱ ତେଲ ଶରୀରରେ ଲଗାଇବା ଦ୍ୱାରା ମଶା ଆପଣଙ୍କଠୁ ଦୂରେଇ ରହିବେ। ନିମ୍ୱ ତେଲ ସହ ନଡ଼ିଆ ତେଲର ମିଶ୍ରଣ କରିବା ଦ୍ୱାରା ମଧ୍ୟ ମଶା ଘରକୁ ପ୍ରବେଶ କରିବେ ନାହିଁ।



from Odisha Reporter http://bit.ly/2Va7FfJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages