ରେଟ୍ ଅଧିକ ପଡୁ ପଛେ, ରୁମ୍ ଗୋଟେ ଦିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ରେଟ୍ ଅଧିକ ପଡୁ ପଛେ, ରୁମ୍ ଗୋଟେ ଦିଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରେଟ୍ ଅଧିକ ପଡୁ ପଛେ, ରୁମ୍ ଗୋଟେ ଦିଅ । ବାତ୍ୟା ଫୋନି ପରେ କରେଣ୍ଟ ନଥିବାରୁ ଗରମ ଓ ଗୁଳୁଗୁଳିରୁ ନିସ୍ତାର ପାଇବାକୁ ଛୋଟ ବଡ଼ ହୋଟେଲ ଓ ଲଜ୍‌ରେ ଥିଲାବାଲାଙ୍କର ଏମିତି ଚାଲିଛି ମୂଲଚାଲ। କେହି କେହି କିଛିଦିନ ହେଲା ଏଭଳି ସ୍ଥାନକୁ ସାମୟିକ ଆବାସସ୍ଥଳୀରେ ପରିଣତ କରିଦେଲେଣି। ଅନ୍ୟପଟେ କିନ୍ତୁ ଏଭଳି ଅବସ୍ଥା ପାଇଁ ଜରୁରୀ କାମରେ ବାହାରୁ ଆସୁଥିବା ଯାତ୍ରୀ ଓ ପର୍ଯ୍ୟଟକ ହୀନସ୍ତା ହେଲେଣି।

ବାତ୍ୟା ପରବର୍ତ୍ତୀ ଯନ୍ତ୍ରଣାରୁ ମୁକ୍ତି ଲାଗି ରାଜଧାନୀର ଛୋଟ ବଡ଼ ହୋଟେଲରେ ଏବେ ଅସମ୍ଭବ ଭିଡ଼। ତାରକା ହେଉ କି ସାଧାରଣ ଗେଷ୍ଟ୍ ହାଉସ ଅବା ଲଜ୍, ସବୁଠି ଗ୍ରାହକଙ୍କ ଖଚାଖଚ୍ ଉପସ୍ଥିତି। ଲାଇନ୍ ନଥିବାରୁ ଗରମ ଓ ଗୁଳୁଗୁଳିରେ ଛଟପଟ ରାଜଧାନୀ ବାସିନ୍ଦାଙ୍କୁ ସତେ ଯେମିତି ଆଶ୍ୱାସନା ଯୋଗାଇଛି ଏସବୁ ଛୋଟ ବଡ଼ ହୋଟେଲ ଓ ଗେଷ୍ଟ ହାଉସ୍।

ପାଣି, ବିଜୁଳି ଓ ଅନ୍ୟ ଆନୁସଙ୍ଗିକ ଆବଶ୍ୟକତା ପୂରଣ ଲାଗି କିଛି ଦିନ ହେଲା ଥିଲାବାଲାଙ୍କ ସାମୟିକ ଆବାସସ୍ଥଳୀ ପାଲଟିଛି। ଏସି ରୁମ୍ ନହେଲା ନାହିଁ ଖାଲି ଫ୍ୟାନ ଥିବା ରୁମ୍‌ଟିଏ ବି ପାଇବାକୁ ଗ୍ରାହକଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା।

ଜେନେରଟର ଯୋଗେ ବିଜୁଳି ସୁବିଧା ଯୋଗାଉଥିବା ହୋଟେଲ୍ କର୍ତ୍ତୃପକ୍ଷ ବି ଏ ସୁଯୋଗରେ ମୁନାଫା କମାଇବାକୁ ପଛାଉନାହାଁନ୍ତି।ଫୋନି ଫେରିବାର ୬ ଦିନ ବିତିଲାଣି। ହେଲେ ସହରର ସବୁ ଅଞ୍ଚଳକୁ ଏଯାଏଁ ବିଦ୍ୟୁତ୍ ଓ ପାଣି ସଂଯୋଗ ହୋଇନଥିବାରୁ ହୋଟେଲ ଓ ଲଜ୍‌ରେ ସ୍ଥାନୀୟ ଗ୍ରାହକଙ୍କ ସଂଖ୍ୟା ବଢ଼ି ଚାଲିଛି । ଏମାନଙ୍କ ପାଇଁ ବାହାରୁ ଆସୁଥିବା ଯାତ୍ରୀ ଘୋର ଅସୁବିଧାର ସମ୍ମୁଖୀନ ହେଲେଣି। ପର୍ଯ୍ୟଟକ ସ୍ୱାସ୍ଥ୍ୟସେବା, ଶିକ୍ଷାନୁଷ୍ଠାନରେ ଆଡମିଶନ ଓ ଅନ୍ୟ ଅଫିସିଆଲ କାମରେ ଆସୁଥିବା ଲୋକେ ହୋଟେଲରେ ରୁମ୍ ନପାଇ ନାକେଦମ୍ ହେଉଛନ୍ତି।



from Odisha Reporter http://bit.ly/2YgLTZA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages