ଜେଟ୍‌ ଏୟାରୱେଜ୍‌ ଛାଡ଼ିଲେ ଅମିତ ଅଗ୍ରୱାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 13, 2019

ଜେଟ୍‌ ଏୟାରୱେଜ୍‌ ଛାଡ଼ିଲେ ଅମିତ ଅଗ୍ରୱାଲ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଯୋଗୁ ବିମାନ ଚଳାଚଳ ବନ୍ଦ ରଖିଥିବା ଜେଟ୍‌ ଏୟାରୱେଜ୍‌ କମ୍ପାନୀକୁ ପୁଣିଥରେ ଝଟ୍‌କା ଲାଗିଛି। କମ୍ପାନୀର ଡେପୁଟି ସିଇଓ ତଥା ମୁଖ୍ୟ ଆର୍ଥିକ ଅଧିକାରୀ ଅମିତ୍‌ ଅଗ୍ରୱାଲ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନିଜ ଇସ୍ତଫାପତ୍ର ପଠାଇଥିଲେ ହେଁ ପଦ ଛାଡ଼ିବାର କାରଣ ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି।

୧.୨ ବିଲିୟନ୍ ଡଲାର ଋଣରେ ବୁଡ଼ି ରହିଥିବା ଜେଟ୍ ଏୟାରୱେଜ୍ ପାଇଲଟଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅଧିକାରୀଙ୍କୁ ଦରମା ଦେଇପାରୁ ନାହିଁ। ଦିନକୁ ଦିନ କମ୍ପାନୀ ଉପରେ ଚାପ ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ ଅମିତଙ୍କ ଇସ୍ତଫା କମ୍ପାନୀର ଚିନ୍ତାକୁ ଦୁଇଗୁଣ କରିଛି।
ଅମିତ ଅଗ୍ରୱାଲ ଡେପୁଟି ସିଇଓ ପଦରୁ ଇସ୍ତଫା ଦେଇଥିଲେ ହେଁ ତାଙ୍କ ସ୍ଥାନରେ ଏଯାଏ କାହାକୁ ନୂଆ ନିଯୁକ୍ତି ମିଳିନାହିଁ। ୨୦୧୫ରେ ଅମିତ କମ୍ପାନୀର ମୁଖ୍ୟ ଆର୍ଥିକ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।



from Odisha Reporter http://bit.ly/2LFAwJj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages