
ପୁରୀ(ମଧୂସୁଦନ ମିଶ୍ର): ପୁରୀକୁ ଖିନଭିନ୍ କରି ଦେଇଛି ବାତ୍ୟା ‘ଫୋନି’। ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଫଳରେ ସନ୍ଧ୍ୟା ହେବା ମାତ୍ରେ ସହର ଅନ୍ଧାରରେ ବୁଡ଼ି ଯାଉଛି। ଏଭଳି ସମୟରେ ସହରବାସୀ ଟେଲିଭିଜନ ଦେଖିପାରୁ ନାହାନ୍ତି। ବିଦ୍ୟୁତ୍ ସହିତ ନେଟ୍ ସମସ୍ୟା ଯୋଗୁ ମୋବାଇଲ୍ରୁ ବି ରାଜ୍ୟ ତଥା ଦେଶବିଦେଶର ଖବର ଜାଣି ପାରୁ ନାହାନ୍ତି। ତେଣୁ ଲୋକଙ୍କ ପାଖରେ ଖବର ପହଞ୍ଚାଇବା ପାଇଁ ‘ଓଟିଭି’ ପକ୍ଷରୁ ଏକ ନିଆରା ପ୍ରୟାସ କରାଯାଇଛି। ବଡ଼ଦାଣ୍ଡରେ ଏକ ବଡ଼ ଏଲ୍ଇଡି ଟିଭି ଲଗାଯାଇଛି। ସେଠାରେ ଟିଭି ଲାଗିବା ପରେ ଲୋକେ ସାରା ଦୁନିଆର ଖବର ଜାଣିପାରୁଛନ୍ତି।
ଜଣେ ପୁରୀ ବାସିନ୍ଦା କହିଛନ୍ତି,“ବଡ଼ଦାଣ୍ଡରେ ଏଲଇଡି ଟିଭି ଲଗାଯାଇଛି। ଏଥିପାଇଁ‘ଓଟିଭି’କୁ ଧନ୍ୟବାଦ ଜଣାଉଛୁ। ଏହାଯୋଗୁ ଆମେ ବାତ୍ୟାର ପରେ ପୁରୀ ଜିଲ୍ଲା ତଥା ଅନ୍ୟାନ୍ୟ ସ୍ଥାନରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି, ତାହା ଦେଖିପାରୁଛୁ।”
from Odisha Reporter http://bit.ly/2JJtMHE
No comments:
Post a Comment