‘ଫୋନି’ ପରେ ହୁଅନ୍ତୁ ନାହିଁ ଧୈର୍ଯ୍ୟହରା, ସତର୍କତା ପ୍ରତି ଦିଅନ୍ତୁ ଧ୍ୟାନ .. - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

‘ଫୋନି’ ପରେ ହୁଅନ୍ତୁ ନାହିଁ ଧୈର୍ଯ୍ୟହରା, ସତର୍କତା ପ୍ରତି ଦିଅନ୍ତୁ ଧ୍ୟାନ ..

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର ) :   ଗତ ୩ ତାରିଖରେ ଆସିଥିବା ବାତ୍ୟା ‘ଫୋନି’ ଯୋଗୁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପର୍ଯ୍ୟଟନ ସହର ପୁରୀ, ରାଜଧାନୀ ଭୁବନେଶ୍ୱର ଓ ଭାଇଚାରାର ସହର କଟକ। ଫୋନିର ତାଣ୍ଡବ ଲୀଳା ପରେ ଏବେ ବି ଅଣ୍ଟା ସଳଖି ପାରି ନାହାନ୍ତି ବାତ୍ୟା ପ୍ରପୀଡିତ ଅଞ୍ଚଳବାସୀ। ପବନ ମାଡ଼ ଏପରି ଥିଲା ଯେ,  ହଜାର ହଜାର ଗଛ ଓ ବିଦ୍ୟୁତ୍‌  ଖୁଣ୍ଟ ମୋଡ଼ି ହୋଇ ପଡିଲା ରାସ୍ତା ଉପରେ।

ଗତ ୫ ଦିନ ମଧ୍ୟରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିବା ବେଳେ ବିଦ୍ୟୁତ୍‌ ଓ ପାଣି ସମସ୍ୟା ଘାରିଛି ଲୋକଙ୍କୁ। ଏହି ସର୍ମନିମ୍ନ ସୁବିଧା କେତେ ଦିନ ମଧ୍ୟରେ ଉପଲବ୍ଧ ହେବ ତାହାର ଉତ୍ତର ମଧ୍ୟ କାହା ପାଖରେ ନାହିଁ। ଏପରି ସମୟରେ ଆହୁରି କୋପ ସାଧୁଛି ତାତି। ଫ୍ୟାନ, ଏସିରେ ଅଭ୍ୟସ୍ତ ଲୋକେ  ବିନା ଲାଇନରେ ଛଟପଟ ହୋଇ ପଡୁଛନ୍ତି।  ଅନ୍ଧକାରର ସୁଯୋଗ ନେଇ ବହୁ ଲୁଟତରାଜ ମଧ୍ୟ ହେଉଛି। ତେଣୁ ଏପରି ସ୍ଥିତିରେ କିପରି ସତର୍କତାମୂଳକ ପଦକ୍ଷେପ ନେବେ ଜାଣନ୍ତୁ।

ଜାଣନ୍ତୁ କିପରି ରହିବେ ସୁରକ୍ଷିତ, କ’ଣ ନେବେ ପଦକ୍ଷେପ

    • ଆବଶକୀୟ କାଗଜପତ୍ର ଓ ମୂଲ୍ୟବାନ ସାମଗ୍ରୀ ଆଦିକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ।
    • ମହମବତି, ଦିଆସିଲ ପାଖରେ ରଖନ୍ତୁ।
    • ଆବଶ୍ୟକୀୟ ମେଡ଼ିସିନ୍ ସାଇତି ରଖନ୍ତୁ।
    • ନିଜ ପାଖରେ ଅତି ଆବଶ୍ୟକୀୟ ଜିନିଷ ରଖନ୍ତୁ।
    • ଏବେ ବଜାରରେ ସବୁ ଜିନିଷ ସହଜରେ ଉପଲବ୍ଧ ହେଉନଥିବାରୁ  ଖାଇବା ପାଇଁ ଘରେ ଶୁଖିଲା ଜିନିଷ ରଖନ୍ତୁ। ଯେପରିକି ବିସ୍କୁଟ, ପାଉଁରୁଟି, ଚୂଡ଼ା ଓ ଗୁଡ଼ ଆଦିକୁ ରଖିପାରିବେ।
    • ଛୋଟ ଛୁଆଙ୍କ ଖାଦ୍ୟ ଓ ଔଷଧକୁ ପ୍ରାଥମିକତା ଦିଅନ୍ତୁ।
    • ବୟସ୍କ କିମ୍ବା ଛୋଟ ପିଲାମାନଙ୍କୁ ବାହାରକୁ ଛାଡ଼ନ୍ତୁ ନାହିଁ।
    • ଲଣ୍ଠନରେ କିରୋସିନ ଭର୍ତ୍ତି କରି ଦିଅନ୍ତୁ। ଏହାଛଡ଼ା ଆପଣଙ୍କ ପାଖରେ ଯଥେଷ୍ଟ ପରିମାଣର କିରୋସିନ ତେଲକୁ ରଖନ୍ତୁ।
    • ଅସୁରକ୍ଷିତ ଘରକୁ ଯାଆନ୍ତୁ ନାହିଁ।
    • ଭଙ୍ଗା ବିଦ୍ୟୁତ୍ ଖୁଣ୍ଟ ଓ ତାରଠାରୁ ଦୂରେଇ ରୁହନ୍ତୁ।
    • ଏହି ସମୟରେ ବିଶୁଦ୍ଧ ପାଣି ପିଇବାକୁ ମିଳୁନଥିବାରୁ ମହାମାରୀ ବ୍ୟାପିବାର ଆଶଙ୍କା ରହିଥାଏ। ତେଣୁ ଯଥାସମ୍ଭବ ପାଣିକୁ ଫୁଟାଇ ପିଅନ୍ତୁ।
    • ଏପରି ବିପତ୍ତି ସମୟରେ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିବାକୁ ଶିଖନ୍ତୁ। ସରକାରୀ ସୂଚନାକୁ ପ୍ରାଥମିକତା ଦିଅନ୍ତୁ। ଅଜଣା ଲୋକଙ୍କୁ ବିଶ୍ୱାସକୁ ନିଅନ୍ତୁ ନାହିଁ। ଧନଜୀବନ ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତୁ। 


from Odisha Reporter http://bit.ly/2WtI03f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages