ଚାଲି ଯାଇଛି ଝଡ଼, ହେଲେ ଛାଡ଼ି ଯାଇଛି କୋପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

ଚାଲି ଯାଇଛି ଝଡ଼, ହେଲେ ଛାଡ଼ି ଯାଇଛି କୋପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଚାଲି ଯାଇଛି ଝଡ଼। ହେଲେ ଛାଡ଼ି ଯାଇଛି ତାର କୋପ। ଝଡ଼ ମାଡ଼ରେ ଘାଇଲା ମଣିଷ ଖୋଜୁଛି ବଞ୍ଚିବାର ରାହା। ବାତ୍ୟା ‘ଫୋନି’ର ତାଣ୍ଡବରେ ଛିନଛତ୍ର ହୋଇଥିବା ଅନେକ ଗାଁରେ ଏବେ ଏଭଳି ଦଶା। କେଉଁଠି ସବୁ କିଛି ହରାଇଥିବା ବିପନ୍ନ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ଖୋଜୁଛି  ତ‘’ ଆଉ କେଉଁଠି ଧ୍ୱଂସ ସ୍ତୁପ ତଳୁ ସ୍ମୃତି ସାଉଁଟୁଛି ବେସାହାରା ମଣିଷ।

ଜୀବନ ବଞ୍ଚି ଯିବା ପରେ ଏବେ ଖୋଜା ପଡ଼ିଛି କାଳେ ଭଙ୍ଗା ଘର ଭିତରୁ ମିଳିଯିବ କି ବଞ୍ଚିବାର ଆଉ କିଛି ରାହା।ପ୍ରଳୟର କରାଳ ରୂପ ଓ ତାର ନିର୍ଘାତ ପ୍ରହାରକୁ ଛାତି ପାତି ସହିଯାଇଥିଲେ ବି ଏବେ କିନ୍ତୁ ଜୀବନ ବେସାହାରା ହୋଇଯାଇଛି। କାରଣ ମୁଣ୍ଡ ଉପରେ ଛାତ ନାହିଁ, କି ଅଣ୍ଟା ସଳଖିବାକୁ ଆଉ କାନ୍ଥର ସାହାରା ନାହିଁ। ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଅନ୍ତର୍ଗତ ଚଅଁରପଦା ଗାଁରେ ଏଭଳି କିଛ ଦୃଶ୍ୟ ଦେଖିବାକୁ ମିଳିଛି। ଗାଁର ଯେଉଁ ଆଡ଼କୁ ଚାହିଁଲେ ପ୍ରକୃତିର କୋପରେ ବିଦିର୍ଣ୍ଣ ହୋଇପଡ଼ିଥିବା ବିକୃତ ଛବି ଆଖି ସାମ୍ନାକୁ ଆସୁଛି। ଅନୁରୂପ ଦଶା ହଂସପଡ଼ା ଗାଁର। ଏହି ଗାଁର ଶିରିକୁ ଯେମିତି ସମୂଳେ ପୋଛି ନେଇଛି ପ୍ରଳୟଙ୍କାରୀ ଫୋନି। ଗାଁକୁ ସବୁଜ ସୁନ୍ଦର କରି ରଖିଥିବା ବିଶାଳ ବୃକ୍ଷ ହେଉ କି ଲୋକଙ୍କ ଆର୍ଥିକ ସ୍ୱାବଲମ୍ବୀକୁ ମଜବୁତ କରୁଥିବା କଦଳୀ ଓ ନଡ଼ିଆ ଗଛ ହେଉ, ସବୁ ଯେମିତ ଫୋନି ମାଡ଼ରେ ଧରାଶାୟୀ।

ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ୍ ଅନ୍ତର୍ଗତ ବଡ଼ତୋଟା ଗାଁରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ବାତ୍ୟା ମାଡ଼ରେ ୫ ଦିନ ପରେ ବି ଏଯାଏ ଟିକେ ହେଲେ ବଦଳି ପାରିନି ଉଜୁଡ଼ା ଛବି। ବାତ୍ୟା ପରଠୁ ଗାଁ ଦାଣ୍ଡରେ ସେମିତି ପଡ଼ି ରହିଛି ବଡ଼ ବଡ଼ ଗଛ। ଘର ଆଗରୁ ବିଦ୍ୟୁତ ତାର କି ରାସ୍ତାରୁ ଅବରୋଧ ବି ହଟନି।  ପ୍ରଳୟର ପାଞ୍ଚ ଦିନ ପରେ ବି ଏ ଗାଁରେ ପ୍ରଶାସନର ପାଦ ପଡ଼ି ନ ଥିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ପାଣି, ବିଜୁଳି ତ ଦୂରର କଥା, ବିପନ୍ନଙ୍କ ପାଖରେ ଏଯାଏ ରିଲିଫ୍ ବି ପହଞ୍ଚି ପାରି ନଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ କୁହୁଳୁଛି। ଝଡ଼ ପରର ନିରବତା ଭଳି ବାତ୍ୟା ବିଧ୍ୱସ୍ତ ସବୁ ଅଞ୍ଚଳରେ ଏବେ ଉଜୁଡ଼ା ପ୍ରକୃତିର ଦାରୁଣ ରୂପ ଦେଖିବାକୁ ମିଳୁଛି।



from Odisha Reporter http://bit.ly/2H7XFzQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages