
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଛି ଶିଖ ସମ୍ପ୍ରଦାୟର ଆନ୍ତର୍ଜାତିକ ସଂସ୍ଥା ଖାଲସା ଏଡ୍। ଭୁବନେଶ୍ୱରର ସ୍ଥିତ ଗୁରୁଦ୍ୱାରା ସିଂହ ସଭା ସଗଠନ ସହାୟତାରେ ବ୍ୟାତ୍ୟା ପ୍ରଭାବିତ ଅଂଚଳରେ ବିପନ୍ନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି।
ଗତ ଶନିବାର ଠାରୁ ଏହି ସଂସ୍ଥା ଦ୍ୱାରା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ସେହିପରି ସମ୍ପ୍ରଦାୟ ପକ୍ଷରୁ ପୁରୀରେ ପ୍ରାୟ ୫ ହଜାର ଲୋକଙ୍କ ପାଇଁ ଆରମ୍ଭ ହୋଇଛି ଫ୍ରି କିଚେନ୍। ଖାଦ୍ୟ ପ୍ରସ୍ତୁତ କରାଯାଇ ବିପନ୍ନଙ୍କୁ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି । ଜିଲ୍ଲା ପ୍ରଶାସନର ସହାୟତାରେ ଏହି ସଂଗଠନ ବିପନ୍ନଙ୍କୁ ଖାଦ୍ୟ ଯୋଗାଇ ଦେଉଛି।
from Odisha Reporter http://bit.ly/2LtgiCt
No comments:
Post a Comment