
ମୁମ୍ବାଇ: ମହାରାଷ୍ଟ୍ରର ବୁଲଧାନାଠାରେ ଏକ ଟ୍ରକ୍ର ଟାୟାର ଫାଟିବା କାରଣରୁ ଘଟିଥିବା ଦୁର୍ଘଟଣାରେ ୧୩ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରୁ ୬ ଜଣ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି। ୩ ଜଣ ଗୁରୁତର ଭାବରେ ଆହତ ହୋଇ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଟ୍ରକ୍ ଟି ତୀବ୍ର ଗତିରେ ଯାଉଥିଲା। ଏହି ସମୟରେ ତାର ଗୋଟିଏ ଟାୟାର୍ ଫାଟିଯିବା କାରଣରୁ ଚାଳକ ଭାରସାମ୍ୟ ହରାଇ ଏକ ମହିନ୍ଦ୍ରା ମାକ୍ସ ଟେମ୍ପୋ ଉପରେ ଚଢ଼ିଯାଇଥିଲା।
ମୃତ ୧୩ ଜଣ ଯାକ ଉପରୋକ୍ତ ଟେମ୍ପୋରେ ଅନୁରାବାଦ୍ ନାମକ ଏକ ସ୍ଥାନରୁ ମଲକାପୁର ଯାଉଥିଲେ। ବର୍ତ୍ତମାନ ଟ୍ରକ୍ ଚାଳକକୁ କାବୁ କରାଯାଇ ପୁଲିସ୍ ଜିମାରେ ଦିଆଯାଇଛି। ଆହତମାନଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ୧୦୦ରୁ ଊର୍ଦ୍ଧ୍ୱ ସ୍ଥାନୀୟ ଲୋକ ଟେମ୍ପୋ ଉପରୁ ଟ୍ରକ୍କୁ ହଟାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଶେଷରେ ଏକ ଜେସିବି ଆସି ଟ୍ରକ୍ ହଟାଇବା ପରେ ଉଦ୍ଧାର କାର୍ଯ୍ୟ ହୋଇପାରିଥିଲା।
from Odisha Reporter http://bit.ly/2VN7NqG
No comments:
Post a Comment