ମୃତ୍ୟୁ କାମନା କରି ବୃଦ୍ଧାଙ୍କ ସନ୍ଥରା ଉପବାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ମୃତ୍ୟୁ କାମନା କରି ବୃଦ୍ଧାଙ୍କ ସନ୍ଥରା ଉପବାସ

ସୁରଟ୍‌: ଜୈନ୍‌ ସଂପ୍ରଦାୟର ଜଣେ ୮୨ ବର୍ଷୀୟ ବୃଦ୍ଧା କାଞ୍ଚନ ଦେବୀ ବୈଦ ମୃତ୍ୟୁ ପାଇଁ ସ୍ୱେଚ୍ଛାକୃତ ଭାବେ ଉପବାସ ଆରମ୍ଭ କରିଛନ୍ତି। ଏହାକୁ ଜୈନ ଧର୍ମରେ ସନ୍ଥରା ବୋଲି କୁହାଯାଏ। ଏହାକୁ ପାଳନ କରୁଥିବା ବ୍ୟକ୍ତି କୌଣସି ପ୍ରକାରର ଖାଦ୍ୟ ବା ପାଣି ଗ୍ରହଣ କରନ୍ତି ନାହିଁ। ଜୈନ୍‌ ସଂପ୍ରଦାୟର ଏହି ପୂରା ପ୍ରକ୍ରିୟାକୁ ‘ଫେଷ୍ଟିଭାଲ ଅଫ୍‌ ଡେଥ୍‌’ ବୋଲି ମଧ୍ୟ କୁହାଯାଏ।

ବୃଦ୍ଧା ଜଣଙ୍କ ନିଜର ଇଚ୍ଛାରେ ଜୀବନ ହାରିବାକୁ ଚାହିଁଛନ୍ତି। ଏଥିପାଇଁ ସେ ମେ’ ୧୧ରୁ ଉପବାସ ଆରମ୍ଭ କରିଛନ୍ତି। ତାଙ୍କ ନାତୁଣୀ ନିବେଦିତା ନଭଲାଖା କହିଛନ୍ତି, “ସନ୍ଥରା ଆମ ସଂସ୍କୃତିର ଏକ ଅଂଶ। ଏହା ଆମ ପାଇଁ ନୂଆ ନୁହେଁ। ପୂର୍ବରୁ ମଧ୍ୟ ଆମ ପରିବାର ଲୋକମାନେ ଏହାକୁ ପାଳନ କରିଥିବା ମୁଁ ଶୁଣିଥିଲି। କିନ୍ତୁ ପ୍ରଥମଥର ପାଇଁ ମୁଁ ଆଖି ସାମ୍ନାରେ ଏମିତି ଘଟଣା ଦେଖୁଛି। ଏହା ଦେଖିବା ସହଜ ନୁହେଁ। ହେଲେ ମୋ ଜେଜେମା’ ଏହାଦ୍ୱାରା ମୋକ୍ଷ ପାଇପାରିବେ।”

ନିବେଦିତାଙ୍କ କହିବା ଅନୁଯାୟୀ, ଜୈନ ଧର୍ମରେ ସନ୍ଥରାର ଅର୍ଥ ସମସ୍ତ କର୍ମକୁ ତ୍ୟାଗ କରି ମୋକ୍ଷ ପ୍ରାପ୍ତ ହେବା। ଏବେ ଲୋକମାନେ ବୃଦ୍ଧାଙ୍କ ଘରକୁ ଯାଇ ତାଙ୍କ ଆତ୍ମାର ସଦ୍‌ଗତି କାମନା କରୁଛନ୍ତି।



from Odisha Reporter http://bit.ly/2VqiJ8J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages