
ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲଓ୍ୱାମା ଜିଲ୍ଲାରେ ଆଜି ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସେନାର ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ପୁଲଓ୍ୱାମା ଜିଲ୍ଲା ପଞ୍ଜଗମ ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ରାତିରେ ସୂଚନା ମିଳିଥିଲା। ଏହାପରେ ସେନା ଓ ପୁଲିସ ପଞ୍ଜଗମ ଗାଁକୁ ଘେରି ଯାଇ ସର୍ଚ୍ଚ ଅପରେସନ କରିଥିଲେ। ଏହାପରେ ଆତଙ୍କବାଦୀଙ୍କ ପକ୍ଷରୁ ସେନା ଉପରକୁ ଗୁଳି ମାଡ଼ ହୋଇଥିଲା। ତେବେ ସେନାର ଜବାବୀ ହମଲାରେ ଜଣେ ଆତଙ୍କବାଦୀ ନିପାତ ହୋଇଥିଲା। ଅନ୍ୟ ଜଣେ ଲୁଚି ରହିଥିଲା। ହେଲେ ଏହା ପରେ ସଂପୃକ୍ତ ଗାଁକୁ ସେନା, ରାଷ୍ଚ୍ରୀୟ ରାଇଫଲ, ସ୍ପେଶାଲ ଅପରେସନ ଗ୍ରୁପ (ଏସଓଜି) ଓ ପୁଲିସ ଘେରିଯାଇ ସର୍ଚ୍ଚ ଅପରେସନ କରିଥିଲେ।
ମୃତ ଦୁଇ ଆତଙ୍କବାଦୀ ପାଖରୁ ବନ୍ଧୁକ ସହ ଅନେତ ଅସ୍ତ୍ରଶସ୍ତ୍ର ଜବତ କରିଛି ପୁଲିସ। ମୃତ ଆତଙ୍କବାଦୀ ପୁଞ୍ଜଗମ ଗାଁର ବାସିନ୍ଦା ବାସିନ୍ଦା ହୋଇଥିବା ବେଳେ ତାର ନାମ ଶୋଓକତ ଅହମଦ ଡର ବୋଲି ଜଣାପଡ଼ିଛି। ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ପାଇଁ କାମ କରୁଥିଲା ବୋଲି ସ୍ଥାନୀୟ ପୁଲିସ ସୂଚନା ଦେଇଛି। ଅନ୍ୟ ଜଣେ ଆତଙ୍କବାଦୀ ବାବଦରେ ସୂଚନା ମିଳି ପାରି ନାହିଁ।
ଗୁରୁବାର ମଧ୍ୟ ପୁଲଓ୍ୱାମାରେ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳି ବିନିମିୟ ହୋଇଥିଲା। ଏଥିରେ ୩ ଆତଙ୍କବାଦୀ ନିହତ ହୋଇଥିଲେ।
ସେହିପରି ଗୁଇନ୍ଦା ବିଭାବଗର ସୂଚନା ଅନୁଯାୟୀ ଜମ୍ମୁ କଶ୍ମୀରର ରାଜଧାନୀ ଶ୍ରୀନଗର ଓ ଅବନ୍ତିପୋରାରେ ଥିବା ସେନାର ଏୟାର ବେସ ଉପରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ଏହାପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି।
from Odisha Reporter http://bit.ly/2VzlVie
No comments:
Post a Comment